03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୋ ଅନୁଷ୍ଠାନ,ସାହିତ୍ୟ ସଂସଦ ତରଫରୁ ଆୟୋଜିତ ୩ୟ ପର୍ଯ୍ଯାୟ ଗଳ୍ପ ପ୍ରତିଯୋଗିତା

ବାଲେଶ୍ଵର,୧୨/୫–ବର୍ତ୍ତମାନ ସମାଜରେ ଦିନକୁ ଦିନ ହଜି ହଜି ଯାଉଥିବା ସାହିତ୍ୟର ଉନ୍ନତି ନିତ୍ଯାନ୍ତ ଆବଶ୍ୟକତା ଦେଖାଦେଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସାହିତ୍ୟ ଅନୁଷ୍ଠାନମାନ ଗଢିଉଠୁଛି । ହେଲେ ଦୁଃଖର ବିଷୟ ଏହିକି ଯେ ସେହିସବୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପଦ୍ଯ ସାହିତ୍ୟକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଥିବାର ପରିଲକ୍ଷିତ ହୁଏ । ଯାହାଦ୍ୱାରା ସାରସ୍ବତ ସାଧକ/ସାଧିକା ମାନଙ୍କର ଗଦ୍ଯ ସାହିତ୍ୟ ପ୍ରତି ଥିବା ଆଗ୍ରହ କମି କମି ଯାଇଥାଏ । ତେଣୁ ସେମାନଙ୍କ ମନ ମଧ୍ୟରେ ଗଦ୍ଯ(ଗଳ୍ପ/ପ୍ରବନ୍ଧ) ସାହିତ୍ୟକୁ ଜାଗ୍ରତ କରିବା ପାଇଁ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ,ଖଇରା,ବାଲେଶ୍ଵର ଅଣ୍ଟା ଭିଡିଛି । ଅନୁଷ୍ଠାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ସାହିତ୍ୟ ଅନୁରାଗୀ ମାନଙ୍କୁ ନେଇ ଆରମ୍ଭ କରିଛି ଗଦ୍ଯ(ଗଳ୍ପ/ପ୍ରବନ୍ଧ) ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ । ପ୍ରତି ସପ୍ତାହର ବୁଧବାର ସକାଳ ୮ ଘଟିକାରେ ପ୍ରସଙ୍ଗ ଦିଆଯାଇ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ଲେଖା ଗ୍ରହଣ କରାଯାଇଥାଏ । ଜଣେ ସୁ-ସାହିତ୍ୟିକ ଯେ କି ସାହିତ୍ୟ ଜଗତର ଉଦୀୟମାନ ତାରା ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ଯିଏକି ମୋ ଅନୁଷ୍ଠାନର ପଥପ୍ରଦର୍ଶକ ସାଜି ଅନୁଷ୍ଠାନକୁ ଆଗେଇ ନେବାକୁ ସହାୟତା କରୁଛନ୍ତି । ସେହି ମହାନ ବ୍ଯକ୍ତିଙ୍କୁ ପାଇ ଅନୁଷ୍ଠାନ ଗର୍ବିତ ଅନୁଭବ କରୁଛି । ତାଙ୍କରି ପରାମର୍ଶ କ୍ରମେ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
୩ୟ ପର୍ଯ୍ଯାୟ ଗଳ୍ପ ପ୍ରତିଯୋଗିତାର ପ୍ରସଙ୍ଗ- ” ମିଛ ସମ୍ପର୍କ ” ରେ (୧) ପ୍ରଣତି ମହାପାତ୍ର,ବାଲେଶ୍ଵର (୨) ଶ୍ରୀନିବାସ ଜେନା,ଜାଲଘାଇ, ଗଞ୍ଜାମ (୩) ଭାରତୀ ସାହୁ,ଯୁନିଦାପାଟଣା, ଦଶରଥପୁର, ଯାଜପୁର (୪) ପ୍ରଶାନ୍ତ କୁମାର ନାଥ,ବାଙ୍ଗାଲୋର (୫) ଅଶୋକ କୁମାର ପତି,ଖଙ୍କିରା, ଢେଙ୍କାନାଳ (୬) ନିବେଦିତା ମହାପାତ୍ର, ମୁକୁନ୍ଦମିଶ୍ର ନଗର, ପୁରୀ (୭) ବାସନ୍ତୀ ଲତା ଜେନା,ଗାନ୍ଧିନଗର, ନବରଙ୍ଗପୁର (୮) ଜୟନ୍ତ କୁମାର ଜେନା, ମାଟିଆଳପଦା, ଗଣ୍ଡିବେଡ, ବାଲେଶ୍ଵର (୯) ଛବିରାଣୀ ପତି,ମଧ୍ଯଶାସନ, ବିରିଡି, ଜଗତସିଂହପୁର (୧୦) ରୁକ୍ମଣୀ ସାହୁ,ଉଦଳା, ମୟୂରଭଞ୍ଜ (୧୧) ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ଖଇରପୁଟ,ମାଲକାନଗିରି (୧୨) ସ୍ବର୍ଣ୍ଣଲତା ପତି,ବସନ୍ତ ବିହାର, ଜ୍ଯୋତି ବିହାର, ସମ୍ବଲପୁର (୧୩) ବିନୋଦିନୀ ଦାଶ,କରୁଆଁ,ମୁଗପାଳ, ଯାଜପୁର (୧୪) ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ (୧୫) ଦିପ୍ତୀ ଦେବଦର୍ଶିନୀ ସୂତାର, ଓରାଳି, ହାଟଡିହି, କେନ୍ଦୁଝର (୧୬)ମାମିନୀ ଦାଶ,ଜୟପୁର, କୋରାପୁଟ (୧୭) ସସ୍ମିତା ଦାସ,ଗାୟତ୍ରୀ ନଗର,ଢେଙ୍କାନାଳ (୧୮) କୁମାର ମୃତ୍ୟୁଞ୍ଜୟ, ବାଲେଶ୍ବର (୧୯) ସରସ୍ୱତୀ ପଣ୍ଡା,ମଙ୍ଗଳପୁର, ଯାଜପୁର (୨୦) ସୁଦର୍ଶନ ମହାପାତ୍ର, କୁଞ୍ଜବିହାରୀ ଲେନ୍,କଟକ (୨୧) ସନ୍ଧ୍ୟା ରାଣୀ ଦାଶ,ଜଗତସିଂହପୁର (୨୨) କଲ୍ଯାଣୀ ନନ୍ଦ, ବାଲେଶ୍ଵର (୨୩) ରଞ୍ଜନ କୁମାର ପଣ୍ଡା, ଗୁପ୍ତେଶ୍ବର, କୋରାପୁଟ ((୨୪) ଶକୁନ୍ତଳା ମିଶ୍ର, ଜଟଣୀ, ଖୋର୍ଦ୍ଧାର ସାରସ୍ବତ ସାଧକ/ସାଧିକାମାନେ ହ୍ଵାଟ୍ସଆପ୍ ଜରିଆରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କର ଗଦ୍ଯ ଗୁଡିକୁ ସମୀକ୍ଷା କରିବା ପାଇଁ ମୁଖ୍ୟ ସମୀକ୍ଷକ ଦାୟିତ୍ୱରେ ଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତ ଜମ୍ଭରା ଗ୍ରାମର ଶିକ୍ଷକ ତଥା ସୁ-ସାହିତ୍ଯିକ ନାରାୟଣ ଚନ୍ଦ୍ର ସେନାପତି। ତାଙ୍କର ସହଯୋଗୀ ପରୀକ୍ଷକମାନଙ୍କ ମୂଲ୍ୟାୟନ ପରେ ପରିଚାଳନା କମିଟିର ସମୀକ୍ଷା ଓ ସିଦ୍ଧାନ୍ତ କ୍ରମେ ଫଳାଫଳ ଘୋଷଣା କରାଗଲା ।
ଏଥିରେ ଯାଜପୁର ଜିଲ୍ଲାର ଭାରତୀ ସାହୁ ଓ ବାଲେଶ୍ଵର ଜିଲ୍ଲାର କୁମାର ମୃତ୍ୟୁଞ୍ଜୟ ପ୍ରଥମ ହୋଇଥିବା ବେଳେ ୨ୟ ଜୟନ୍ତ କୁମାର ଜେନା ଓ ବିନୋଦିନୀ ଦାଶ , ୩ୟ ପ୍ରଶାନ୍ତ କୁମାର ନାଥ, ୪ର୍ଥ ନିବେଦିତା ମହାପାତ୍ର ଓ ସସ୍ମିତା ଦାସ, ୫ମ ସୁସ୍ମିତା ମହାପାତ୍ର, ସ୍ବର୍ଣ୍ଣଲତା ପତି ଓ ମାମିନୀ ଦାଶ,୬ଷ୍ଠ ଦିପ୍ତୀ ଦେବଦର୍ଶିନୀ ସୂତାର,ରୁକ୍ମଣୀ ସାହୁ, କଲ୍ଯାଣୀ ନନ୍ଦ,ସନ୍ଧ୍ୟାରାଣୀ ଦାଶ ଓ ପ୍ରିୟମ୍ବଦା ରାଉତ, ୭ମ ଛବିରାଣୀ ପତି ଓ ସୁଦର୍ଶନ ମହାପାତ୍ର,୮ମ ପ୍ରଣତି ମହାପାତ୍ର, ସରସ୍ୱତୀ ପଣ୍ଡା, ୯ମ ଅଶୋକ କୁମାର ପତି,ଶକୁନ୍ତଳା ମିଶ୍ର, ବାସନ୍ତୀ ଲତା ଜେନା ଓ ରଞ୍ଜନ କୁମାର ପଣ୍ଡା ଓ ୧୦ମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀନିବାସ ଜେନା ।
ପ୍ରତି ସପ୍ତାହରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପୁରସ୍କୃତ କରିବା ପାଇଁ ସିନ୍ଧାନ୍ତ ନେଇଛି । ଦୂରେଇ ଯାଉଥିବା ଗଦ୍ଯ(ଗଳ୍ପ/ପ୍ରବନ୍ଧ) ସାହିତ୍ୟକୁ ପ୍ରତିଯୋଗିତା ମାଧ୍ୟରେ ନିକଟତର କରିବା ହେଉଛି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଯେଉଁମାନେ କି ଲେଖାଲେଖି କରୁଛନ୍ତି କିନ୍ତୁ ସାହିତ୍ୟ ଜଗତର ଆଲୋକ ସ୍ପର୍ଶ କରି ପାରୁନାହାନ୍ତି , ସେମାନଙ୍କୁ ଏହି ପ୍ରତିଯୋଗିତା ମାଧ୍ୟରେ ଖୋଜି ବାହାର କରି ସାହିତ୍ୟ ଜଗତରେ ପରିଚିତ କରାଇବା ହେଉଛି ଅନୁଷ୍ଠାନର ଅନ୍ୟ ଏକ ପ୍ରଧାନ ଲକ୍ଷ୍ୟ । ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *