November 18, 2025

Sabubarga Khabar

All category news

ମୋବାଇଲ ନେଟୱାର୍କ ସ୍ଥାପନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ(ସଖପ୍ର): ଆଜିର ଆଧୁନିକ ଯୁଗରେ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯାଉଛି। ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅଫିସ କାମ ଅନଲାଇନ ମାଧ୍ୟମରେ ହେଉଛି। ଓଡିଶାରେ ଏମିତି ଅଞ୍ଚଳ ରହିଛି ଆଜି ବି ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ଅପହଞ୍ଚ ପରି ଲାଗୁଛି। ସୂଚନା ଅନୁଯାୟୀ କୋରାପୁଟ ଜ଼ିଲ୍ଲା ଦଶମନ୍ତପୁର ବ୍ଲକ “ମୁର୍କାର” ପଞ୍ଚାୟତରେ 22 ଗୋଟି ଗ୍ରାମବାସୀ ବାସ କରୁଛନ୍ତି। ଏଇ ପଞ୍ଚାୟତରେ ମୋବାଇଲ ଟାୱାର ନ ଥିବା ଯୋଗୁ ପଞ୍ଚାୟତ ବାସୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ଜରୁରୀ କାଳୀନ ସେବାର ଯୋଗାଯୋଗ ପାଇଁ ସମ୍ଭବ ପର ହେଇପାରୁନାହିଁ। ଯାହା ଫଳରେ ପଞ୍ଚାୟତ ବାସୀ ଦୀର୍ଘଦିନ ଧରି ଏକ ଅଭିଶପ୍ତ ଭାବେ ଦିନ କାଟୁଛନ୍ତି। ପଞ୍ଚାୟତରେ ଗୋଟିଏ ମୋବାଇଲ ଟାୱାର ସ୍ଥାପନ କରିବା ନିମନ୍ତେ ଅନେକ ଦିନ ହେବ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଯୋଗୁ ଶେଷରେ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କୁ ଦେଖା କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋବାଇଲ ଟାୱାର ସ୍ଥାପନ କରା ନ ଯିବ ତେବେ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.