ମୋବାଇଲରେ ପାଠପଢା ଜିଲ୍ଲାରେ ପ୍ରହସନ ପାଲଟିଛି !

ମାଲକାନଗିରି (ସ.ଖ. ପ୍ର ):ସାରା ଦେଶ ଓ ରାଜ୍ୟର କରୋନା ସ୍ଥିତି ଅତି ଦୟନୀୟ |ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି |ଏପରି ସ୍ଥିତିକୁ ଦେଖି ସରକାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବନ୍ଦ କରିଛନ୍ତି |ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ସରକାର ମୋବାଇଲ ହୁଆଟ୍ସୱପ ମାଧ୍ୟମରେ ପିଲାଙ୍କୁ ପଢ଼ାଇବାକୁ ଶିକ୍ଷକମାନଙ୍କୁ ଆଦେଶ ଦେଇଛନ୍ତି |ସହରରେ ରହୁଥିବା ଛାତ୍ରଛାତ୍ରୀ ଙ୍କୁ ଏଥିରେ କିଛି ଅସୁବିଧା ହେବାର ଦେଖାଯାଉନାହିଁ |କିନ୍ତୁ ଗାଁ ଗହଳିର ପିଲାମାନେ ଏଥିରୁ କିଛି ସୁଫଳ ପାଇପାରୁନାହାନ୍ତି |ମାଲକାନଗିରି ଜିଲ୍ଲାର ମାତ୍ର ୩0ପ୍ରତିଶତ ପିଲ୍ଲାହିଁ ଏଥିରୁ ସୁଫଳ ପାଉଛନ୍ତି |ଅନ୍ୟ ପିଲାମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ତ ପାଠ ପଢା ବନ୍ଦ |ପ୍ରାୟ ଜିଲ୍ଲାର ଗାଁ ଗହଳିର ଲୋକ ଗରିବ ଶ୍ରେଣୀର |ବହୁତ ଲୋକଙ୍କ ପାଖରେ ମୋବାଇଲ ନାହିଁ, କାହା ପାଖରେ ଅଛି ତ ଆଣ୍ଡ୍ରଏଡ଼ ଫୋନ ନାହିଁ |ଏପରି ସ୍ଥିତିରେ ଛାତ୍ର ଛାତ୍ରୀ ମାନେ କିପରି ପଢୁଥିବେ ସହଜରେ ଅନୁମେୟ |ପାଠ ପଢା ନଥିବାରୁ ପିଲାମାନେ କିଏ ଘରଲୋକଙ୍କୁ ଚାଷରେ ସାହାଯ୍ୟ କରୁଛି, କିଏ ଗାଇ ଚରାଉଛନ୍ତି, କିଏ ବ୍ୟବସାୟରେ ସାହାଯ୍ୟ କରୁଛି ଓ ଅନ୍ୟମାନେ ଖେଳକୁଦରେ ମାତୁଛନ୍ତି |ଏପରି ସ୍ଥିତିରେ ଏମାନଙ୍କ ଶୈକ୍ଷିକ ଵିକାଶ କିପରି ହେବ ସାଧାରଣରେ ପ୍ରଶ୍ନବାଚୀ |ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେବାକୁ ଅନୁରୋଧ |