ମୃତ୍ୟୁକୁ ନିମନ୍ତ୍ରଣ କରୁଛି ମା ମଝିଘରିଆଣି ମନ୍ଦିର ନିକଟର ଝଞ୍ଜାବତୀ ପୋଲ
ରାୟଗଡା(ସଖପ୍ର): ରାୟଗଡା ସହର ଖଣ୍ଡରେ ଅବସ୍ଥିତ 100ବର୍ଷର ପୁରଣା ଝଞ୍ଜାବତୀ ପୋଲର ଅବସ୍ଥା ଅତି ଦୟନୀୟ ରହିଅଛି କେତେବେଳେ କଣ ହେବ କହିବା ଅସମ୍ଭବ ଏହି ପରିସ୍ଥିତିରେ ଏହି ପୋଲ ଉପରେ ରହିଥିବା ପାର୍ଶ୍ଵ ପ୍ରୋଟେକ୍ସନ ୱାଲ ଗତ ମାସ 17ତାରିଖରେ ଏକ ଟ୍ରକ ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ ପୂର୍ତ୍ତବିଭାଗର ଜେ ଇ ଅତିରିକ୍ତ ସହାୟକ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରି ଜାଣି ସୁଧା ନଜାଣିଲା ପରି ଚୁପ ବସିଛନ୍ତି। ଏହି ଭଙ୍ଗା ପ୍ରୋଟେକ୍ସନ ୱାଲ ଟି ଏକବୁଲାଣି ରାସ୍ତାରେ ରହିଛି। ଦୁର୍ଭାଗ୍ୟ ବଶତଃ କୌଣସି ବ୍ୟକ୍ତିଙ୍କ ମୋଟର ସାଇକେଲ କି ଭାରି ଯାନ ଯଦି ଦୁର୍ଘଟଣା ଘଟେ ତାହାହେଲେ ଗାଡି ସହିତ ଗାଡିଚାଳକ ରାସ୍ତାରୁ ପ୍ରାୟ 50ଫୁଟ ତଳକୁ ଯାଇ ପଡିବେ। ଏଥିରେ କେହି ବି ବଂଚିବାର ପ୍ରଶ୍ନ ନାହିଁ । ଯଦି କୌଣସି ବ୍ୟକ୍ତି ଏହି ଠାରେ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ତାହେଲେ ବିଭାଗୀୟ ଯନ୍ତ୍ରୀ ଦାୟୀ ରହିବେ କି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ରାସ୍ତାଟି ଓଡିଶା ଆନ୍ଧ୍ରର ଲାଇଫ ଲାଇନ କୁହାଯାଉଛି । ଏହି ରାସ୍ତାରେ ଦିନକୁ ସାହସ୍ରାଧିକ ଯାନ ବାହାନ ଯାତାୟାତ କରୁଛି ଦୁର୍ଭାଗ୍ୟର ବିଷୟ ଏହି କି ଜିଲ୍ଲା ସଦର ମହକୁମା ନିକଟରେ ଯଦି ଏହି ପରି ଅବସ୍ଥା ଗ୍ରାମାଞ୍ଚଳର ପୋଲର ଅବସ୍ଥା କଣ ଆପଣମାନେବିଚାର କରନ୍ତୁ। ଏହି ରାସ୍ତାରେ ପ୍ରତ୍ୟେକ ଦିନ ଜ଼ିଲ୍ଲାପାଳ, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ବିଧାୟକ, ମନ୍ତ୍ରୀ, ଲୋକସଭା ସାଂସଦ, ତଥା ରାଜ୍ୟ ସଭା ସଂସଦ ଏହି ରାସ୍ତାରେ ଯାତାୟାକରନ୍ତି କିନ୍ତୁ ରାସ୍ତାର ଏହି ଅବସ୍ଥା ପ୍ରତି ନଜରପଡୁନାହିଁ । କାରଣ ଏହିମାନେ ଶୀତତାପ ନିୟନ୍ତ୍ରକ ଗାଡିରେ ବସି ଯାତାୟାତ କରୁଛନ୍ତି। କେତେବେଳେ ଏହି ଭଙ୍ଗା ପୋଲ ଦେଇ କୌଣସି ଦୁର୍ଘଟଣା ଘଟିବା ଅସମ୍ଭବ ନାହିଁ । ଦୁର୍ଘଟଣା ଘଟିବା ପୂର୍ବରୁ ଏହି ପ୍ରୋଟେକ୍ସନ ୱାଲର ମରାମତି କରିବାନିହାତି ଆବଶ୍ୟକ
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ