01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁନିଗୁଡା ବ୍ଲକରେ ଲାଲବାହିନୀର ଲଙ୍କାକାଣ୍ଡ, ପୋକଲିନ ଓ ହାଇୱା ସହ ୯ଟି ଗାଡି ଜାଳିଦେଲେ ମାଓବାଦୀ

ରାୟଗଡ଼ା(ସଖପ୍ର) : ଲାଲବାହିନୀର ଲଙ୍କାକାଣ୍ଡ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଲାଲ ତାଣ୍ଡବ। ମାଓବାଦୀମାନେ କ୍ରସରରେ ଥିବା ୨ଟି ପକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡି ଜାଳି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ ମହିଳା କ୍ୟାଡରଙ୍କ ସମେତ ୧୦ରୁ ଉର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଆକ୍ରମଣ କରିଥିଲେ। ପ୍ରଥମେ ୫ ଜଣ ମାଓବାଦୀ ସିକ୍ୟୁରିଟି ସମେତ ଅନ୍ୟ କର୍ମଚାରୀଙ୍କୁ ଗେଟ ପାଖରେ ରଖି ସେମାନଙ୍କଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀମାନେ କ୍ରସରରେ ଥିବା ମେସିନ ଗୁଡିକରେ ନିଆଁ ଲଗାଇ ଦେଇଥିଲେ। ମାଓବାଦୀମାନେ କ୍ରସରରେ ଥିବା ଦୁଇଟି ପକଲିନ  ମେସିନ୍, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ଟି ଗାଡି ଜାଳିଦେଇଛନ୍ତି।
ମାଓବାଦୀମାନେ ଯିବା ସମୟରେ ପୋଷ୍ଟର ଛାଡି ଯାଇଛନ୍ତି । କ୍ରସର ଦ୍ୱାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁଁ ରାସ୍ତା ନଷ୍ଟ, ପଥର ବ୍ଲାଷ୍ଟିଂ ଯୋଗୁଁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଲେଖାଯାଇଛି। ଏହି ଘଟଣା ବଂଶଧାରା ଘୁମୁସର ନଗାବଳୀ ଡିଭିଜନ ତରଫରୁ ହଟାଇଥିବା ଉଲ୍ଲେଖ ରହିଛି। ଖବର ପାଇ ମୁନିଗୁଡା ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *