02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁନିଗୁଡା ପୋଲିସକୁ ମିଳିଛି ବଡ ସଫଳତା ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ ସହ ୪ ଗିରଫ

ରାୟଗଡା(ସଖପ୍ର): ରାୟଗଡା ଜିଲ୍ଲାର ଚୋରା ଗଞ୍ଜେଇର ପେଣ୍ଠସ୍ଥଳୀ ହେଉଛି ଚନ୍ଦ୍ରପୁର ବ୍ଲକ ଅଞ୍ଚଳ। ଏହି ଵ୍ଲକ ଅଧିନସ୍ଥ ଡାଙ୍ଗସୋରଡା ପଞ୍ଚାୟତର କୁଟୁଡୁକୁପା ଓ ମୁଚିକିଗୁଡା ଛକରେ ଗୋଟିଏ ଘରେ 553 କେଜି ଗଞ୍ଜେଇ ଦୁଇଦିନ ମଧ୍ୟରେ ବିକ୍ରି ପାଇଁ ଯୋଜନା ଥିଲା। କୌଣସି ସୂତ୍ରରୁ ଏସ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଖଵର ପାଇ ତୀକ୍ଷ୍ଣ ଦୃଷ୍ଟି ରଖି ଜାଲ ବିଛାଇ ଥିଲେ। ଆଜି ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏସ ଆଇ ଚନ୍ଦ୍ରମା ଶବର, ଏସ ଆଇ ନରସିଂହ ଵେହେରା, ଏସ ଆଇ ପି. ଵେହେରା, ଏସ ଆଇ ଡି. ନାୟକ, ଓ ପୋଲିସ୍ ନିରଞ୍ଜନ ଦାଶ, ରଵି ଵିଡିକା, ମନୋଜ ସାହୁ, ରଘୁନାଥ ପ୍ରଧାନୀ, ଘନଶଵର, ଆର. ପି. ନାୟକ, ବିରଞ୍ଚି ଚୌଧୁରୀ, ଖଗେଶ୍ବର ଦେହୁରୀ, ତ୍ରିଲୋଚନ ନାୟକ, ନିଦା ଶବର, ପ୍ଲାଟୁନ କମାଣ୍ଡର ଟୁଲୁପାଢୀ ଆଦିଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା। ଏସ ଡିପିଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୁଟୁଡୁକୁପା ଓ ମୁଚିକିଗୁଡା ଛକରେ ଥିଵା ଘର ଉପରେ ଚଢାଉ କରି 553 କେଜି ଗଞ୍ଜେଇ ଜବତ କରିବା ସହ ଆସାମି କଵିରାଜ ଜାଗାରାଙ୍ଗା ଙ୍କୁ ଗିରଫ କରି ମୁନିଗୁଡା ଥାନାକୁ ଅଣାଯାଇଛି। ଅଭିଯୁକ୍ତ ସମସ୍ତେ କୁଟୁଡୁକୁପା ମୌଜାର ଅଟନ୍ତି। ମୁନିଗୁଡା ଥାନା କେଶ ନମ୍ଵର 71/021 ତା8.6.021 ପ୍ରକାରେ ଆସନ୍ତା କାଲି କୋଭିଡି ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିଵଵୋଲି ଏସ ଡିପିଓ ଶ୍ରୀ ସାହୁ ପ୍ରକାଶ କରିଛ ନ୍ତି। ଏସ ଆଇ ଚନ୍ଦ୍ରମା ଶବର ଏହି କେସରେ ଆଇଓ ଥିବା ଥିଵାଵେଳେ ଏସ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଏଠାରେ ଯୋଗ ଦେଲାଦିନଠୁ 6 ହଜାର କୁଇଣ୍ଟାଲ ଚୋରା ଗଞ୍ଜେଇ ଧରି ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *