03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁନିଗୁଡା କ୍ଵାରେଣ୍ଟାଇନ୍ କ୍ୟାମ୍ପରେ ଅଘଟଣ – ଛାତରୁ ଖସି ଜଣେ ପ୍ରବାସୀ ଗୁରୁତର

ରାୟଗଡ଼ାଜିଲ୍ଲା:( ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି) 08.06.2020 ଆଜି ସନ୍ଧ୍ୟାରେ ରାୟଗଡା ଜିଲ୍ଲା ମୁନିଗୁଡା ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ଵାରେଣ୍ଟାଇନ୍ କ୍ୟାମ୍ପରେ ଥିବା ଜଣେ ପ୍ରବାସୀ ସେହି ଛାତରୁ ପଡି ଗୁରୁତର ଅବସ୍ଥାରେ ରାୟଗଡାଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଡାକ୍ତର ସଞ୍ଜୟ କୁମାର ପ୍ରକାଶ କରିଛନ୍ତି। ବିବରଣୀରୁ ପ୍ରକାଶ ମୁନିଗୁଡା ବ୍ଲକ ଶିବପଦର ଗ୍ରାମର ବାବୁଲା ପଲକିଆ 32 କେରଳରୁ କାର୍ଯ୍ୟ କରି କରୋନା ଭୟରେ ନିଜ ଗ୍ରାମ କୁ ଆସୁଥିଲା ୲ ପ୍ରଶାସନ ପକ୍ଷରୁ ଖବର ପାଇ ବାବୁଲାକୁ ସମସ୍ତ ବ୍ୟବସ୍ଥା ସହ ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ଵାରିଣ୍ଟାଆନ୍ କ୍ୟାମ୍ପରେ ରଖାଯାଇଥିଲା ୲ ହେଲେ ସେଠାରେ ଦେଖାଶୁଣା କରିବାକୁ କେହି ରହୁନଥିବାରୁ ପ୍ରବାସୀ ମାନେ ଏଣେ ତେଣେ ବୁଲା ବୁଲି କଲେ ମଧ୍ୟ କହିବାକୁ କେହି ନାହାନ୍ତି। ଏହି ସୁଯୋଗରେ ବାବୁଲା ସେହି କ୍ୟାମ୍ପର ଦୁଇମହଲା ଛାତ ଉପରକୁ ଯାଇ ତଳେ ପଡିଯାଇ ମୁଣ୍ଡ ଓ ଗୋଡ ଗୁରୁତର ଆଘାତ ଘଟିଥିଲା ୲ ସେଠାରେ ପ୍ରଶାସନ ତରଫରୁ କେହି ନଥିବାରୁ ଲୋକମାନେ ପୋଲିସକୁ ଖବର ଦେଇଥିଲେ ଖବର ପାଇ ଆଇ.ଆଇ.ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ଓ ପୋଲିସ୍ ଟିମ୍ ଏବଂ ବିଡିଓ ଦିଲିପ୍ କୁମାର ବେହେରା ପହଞ୍ଚି ମୁନିଗୁଡା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ଡାକ୍ତର ସଞ୍ଜୟ କୁମାର ପ୍ରକାଶ କରିଛନ୍ତି। ଏହି କ୍ୟାମ୍ପରେ କେଉଁ ମାନେ ଦାୟିତ୍ବରେ ଥିଲେ ଏବଂ ଘଟଣା ଘଟିବା ସମୟରେ କାହିଁକି ସେମାନେ ନଥିଲେ, ଅପରପକ୍ଷରେ କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ଏହାର ତଦନ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ୲

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *