12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟ ଶାସନ ସଚିବଙ୍କ ସହ ୫ଟି ବିଭାଗୀୟ ସଚିବଙ୍କ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ

କୋରାପୁଟ(ସଖପ୍ର): କୋରାପୁଟ,ନବରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ ,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ଜଳ ଉତ୍ସ ବିଭାଗ ଅନୁ ଗର୍ଗ, ଏନଏଚଏମ ମିଶନ ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ ଏବଂ ସ୍ୱତନ୍ତ୍ର ସଚିବ ସି ଏମ ଭିନିଲ କ୍ରିଷ୍ଣା । ଓଡିଶା ସରକାରଙ୍କ ଏହି ପାଞ୍ଚ ଜଣ ପ୍ରମୁଖ ସଚିବ ଆଜି ଭୁବନେଶ୍ୱରରୁ ଫ୍ଲାଇଟ ଯୋଗେ ଜୟପୁର ବିମାନ ବନ୍ଦରରେ ପହଂଚିବା ପରେ ଜୟପୁରରୁ ନବରଙ୍ଗପୁର ପର୍ଯ୍ୟନ୍ତ ୪୪ କିଲୋମିଟର ରାସ୍ତା କାରରେ ଯାଇ ପହଞ୍ଚି ଥିଲେ। ଏହି ପାଞ୍ଚ ଜଣ ସଚିବଙ୍କର ନବରଙ୍ଗପୁରରେ ମୋଟ ଦେଢ଼ ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା। ଏହି ଦେଢ଼ ଘଣ୍ଟା ମଧ୍ୟରେ ନବରଙ୍ଗପୁର ସହର ଉପକଣ୍ଠ ସ୍ଥିତ ବଡ଼ ଡ଼ାଇଭଟ୍ଟା ଗ୍ରାମର ବୃହତ୍ତ ଉଠା ଜଳ ସେଚନ ପ୍ରକଳ୍ପ ଓ ବଙ୍ଗଳାଗୁଡା ସ୍ଥିତ ନିର୍ମାଣାଧୀନ ଜଳ ସେଚନ ପ୍ରକଳ୍ପ ବୁଲି ଦେଖିଥିଲେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିର୍ମାଣାଧୀନ ୨ଶହ ଶଯ୍ୟା ବିଶିଷ୍ଠ ମେଡିକାଲ ଗୃହ ଓ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟ ବୁଲି ଦେଖିବା ସହ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପ୍ରକଳ୍ପ ଗୁଡିକ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଟୁରି ଗୁଙ୍ଗଟାଟ ନଦୀ ଉପରେ ପ୍ରସ୍ତାବିତ ବୃହତ ଜଳ ସେଚନ ପ୍ରକଳ୍ପ ଆରମ୍ଭ କରିବାକୁ ଆଉ କିଛି ଆଲୋଚନା ପରେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ସାରି ସମସ୍ତ ସଚିବ ପୁଣିଥରେ ଫେରିଯାଇଛନ୍ତି । ଏହି ଗସ୍ତ ସମୟରେ ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏବଂ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଦାସ ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପ୍ରତିନିଧି ସିମାଦ୍ରୀ ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *