ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୮୫ହଜାର ଟଙ୍କା ଦେଲା ଓଡିଶା ରାଜସ୍ବ ଅମଲା ସଂଘ
ବରଗଡଜିଲ୍ଲା : ମଣିଷର ମାନବିକତା ହିଁ ମଣିଷକୁ ସେବା ଓ ସାହାଯ୍ୟ କରିବା ପାଇଁ ଉତ୍ସାହିତ କରେ। ସାରା ଭାରତରେ କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ,ସମାଜସେବୀ ସହାୟତା କରିଚାଲିଛନ୍ତି। କିଏ ନିଜ ହାତ ତିଆରି ମାକ୍ସ ବଣ୍ଟନ କରୁଛି ତ ଆଉ କେଉଁଠି ରାସନ ସହାୟତା କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହଯୋଗ ପ୍ରଦାନ କରୁଛନ୍ତି । ଏହିପରି ଓଡିଶା ରାଜସ୍ବ ଅମଲା ସଂଘ ବରଗଡ ଶାଖା ତରଫରୁ ସଂଘର ସଭାପତି ଲୋକେଶ୍ବର ସାହୁ , ସାଧାରଣ ସଂପାଦକ ଏମ୍ ଶିବ ଶଙ୍କର ଦୋରା , ମୁଖ୍ୟ ଉପଦେଷ୍ଟା ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥାଇ ଶ୍ରୀ ଜ୍ୟୋତି ରଞନ ପ୍ରଧାନ ଜିଲ୍ଲାପାଳ ବରଗଡଙ୍କ ଜରିଆରେ ଟ. ୮୫,୦୦୦ ( ପଞ୍ଚାଅଶୀ ହଜାର ଟଙ୍କା) ର ଚେକ କରୋନା ମୁକାବିଲା ସକାଶେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ଓଡିଶା ରାଜସ୍ବ ଅମଲାସଂଘ ବରଗଡ ଶାଖାର ମହତ କାର୍ଯ୍ୟ ପାଇଁ ବରଗଡ ଅଞ୍ଚଳର ବୁଦ୍ଧିଜୀବୀ , ସଚେତନ ନାଗରିକ ସାଧୁବାଦ ଜ୍ଞାପନ କରିଛନ୍ତି।
ବରଗଡ ବ୍ୟୁରୋ ମୋତିଲାଲ ବାଗ