01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ

ବାଲେଶ୍ବର,୨୦/୪–ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଥିବା ବିଦ୍ଯୁତ୍ ବିତରଣକାରୀ ସଂସ୍ଥା ” ଆକାକ୍ଷ୍ଙା ପାୱାର ପ୍ରାଇଭେଟ ଲିମିଟେଡ଼ ” ର ମୁଖ୍ୟ ବିପିନ ଦାସମହାପାତ୍ର ସାମ୍ପ୍ରତିକ ରାଜ୍ୟର କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ଫଣ୍ଡକୁ ୭୫ ହଜାର ଟଙ୍କା ସିମୁଳିଆ ବିଧାୟକ ତଥା ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ଚେକ୍ ଆକାକ୍ଷ୍ଙା ପାୱାରର ପ୍ରୋଜେକ୍ଟ ଲିଡର ସୁଶୀଲ କୁମାର ସାମଲ ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟଙ୍କୁ ପ୍ରଦାନ କରୁଥିବା ବେଳେ ଆକାକ୍ଷ୍ଙା ପାୱାରର ହିସାବ ରକ୍ଷକ ଅଶୋକ ଦାସମହାପାତ୍ର ଉପସ୍ଥିତ ଥିଲେ । ଏହା Covid -19 ମୁକାବିଲା ପାଇଁ ସ୍ବଇଚ୍ଛାରେ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଗଲା ବୋଲି ପାୱାରର ମୁଖ୍ୟ(ଏମଡି) ଶ୍ରୀ ଦାସମହାପାତ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏଥିପାଇଁ ଅଞ୍ଚଳବାସୀଙ୍କ ତରଫରୁ ଆକାକ୍ଷ୍ଙା ପାୱାରକୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି ଚେକ୍ ପ୍ରଦାନ ବେଳେ ସାମାଜିକ ଦୂରତା ବଜାୟ ରଖିବା ପ୍ରତି ଗୁରୁତ୍ୱ ଦିଆଯାଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *