ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଲା ରାୟଗଡା ବିଜେଡି
ରାୟଗଡ଼ା (ସଖପ୍ର): ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ବିକାଶ ନିମନ୍ତେ ବିନା ପ୍ରିମୀୟମ ଓ ବିନା ଇଂସିଡେଣ୍ଟଲ ଶୁଳ୍କରେ ୬ ଏକର ୩୦ଡିସମିଲ ଜମିମନ୍ଦିର ପରିଚାଳନା ଟ୍ରଷ୍ଟକୁ ଲିଜ୍ ଆକାରରେ ପ୍ରଦାନ ସକାଶେ ରାଜ୍ୟ ସରକାର କେବିନେଟ ବୈଠକରେ ନିଷ୍ପତି ନେଇ ଘୋଷଣା କରିଥିଲେ । ରାୟଗଡା ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି ସହିତ ବଦଳ
କରି ଆଣିଥୁବା ୬ ଏକର ୩୦ଡିସମିଲ ଜମିକୁ ମା ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ଲିଜ୍ ଆକାରରେ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ମାତ୍ର, ଉକ୍ତ ଟ୍ରଷ୍ଟ କୁ ରିହାତି ଦରରେ ଏକର ପ୍ରତି ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ ରାଜସ୍ବର ୭୫ ଶତକଡା ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ରାଜ୍ୟ ସରକାର ନିଷ୍ପତି ଗ୍ରହଣ ପରେ ରାୟଗଡାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ସହରର ରିଙ୍ଗ ରୋଡ ସ୍ଥିତ ବିଜେଡି କର୍ମୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଧନ୍ୟବାଦ କାର୍ଯ୍ୟକ୍ରମରେ ରାୟଗଡା ସହରର ବରିଷ୍ଠ ବିଜେଡି ନେତା ୟାଲା କୋଣ୍ଡାବାବୁ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନିକଟରେ ଗସ୍ତ କରିଥିବା ୫ଟି ସଚିବ ଭି କେ ପଣ୍ଡିଆନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଜାଗା ଅଭାବ ଯୋଗୁଁ ମା ମଝିଘରିଆଣି ମନ୍ଦିର ଏହି ଜମି ନିମନ୍ତେ ମନ୍ଦିର ପରିଚାଳନା ଟ୍ରଷ୍ଟ ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ହୋଆସୁଥିଲା । ଜାଗା ନଥିବା ଯୋଗୁଁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ହୋଇପାରିନଥିଲା। ଫଳରେ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ କାଲି ରାଜ୍ୟ କ୍ୟାବିନେଟରେ ମା ମଝିଘରିଆଣି ମନ୍ଦିର ଜାଗା ପ୍ରସଙ୍ଗକୁ ନେଇ ରାୟଗଡା ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳୀ ମା ମଝିଘରିଆଣି ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ୬ଏଳର ୩୦ଡିସିମିଲ ଜମି ଲିଜ ଆକାରରେ ପ୍ରଦାନ କରାଯିବା ନେଇ କ୍ୟାବିନେଟ ବୈଠଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଘୋଷଣାପରେ ଆଜି ସନ୍ଧ୍ୟାରେ ବିଜେଡି କର୍ମୀ କାର୍ଯ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଶ୍ରଦ୍ଧାଳୁ ଏବଂ ଜିଲ୍ଲାବାସୀ ଖୁସୀ ବ୍ୟକ୍ତ କରିଛନ୍ତି ।ଏହି ଅବସରରେ ଉପସ୍ଥିତ ବିଜେଡି କର୍ମୀ ନେତା ବାଣ ଫୁଟାଇ ଆନନ୍ଦ ଉଲ୍ଲାସରେ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଶ୍ରଦ୍ଧାଳୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧଶବଳେଶ୍ୱର ନାଇଡ଼ୁ, ବରିଷ୍ଠ ବିଜେଡି ନେତା କାଶୀନାଇଡ଼ୁ, ରାୟଗଡା ବ୍ଲକର ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର, ରାଜ୍ୟ ଛାତ୍ର ଜନତାର ବିନାୟକ ପୋଲାଈ, କେ ସି ପଟ୍ଟନାୟକ, ବିରଜା ପାତ୍ର, ମାନିରାତନମ, ଶନ୍ତୁ ବାବୁ, ନାଗି ରବି ରେଡି, ବାଙ୍ଗାରି ଦିନଙ୍କରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ