ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ ଗାନ୍ଧୀ ଶାନ୍ତି କେନ୍ଦ୍ର

ଭୁବନେଶ୍ୱର : ( ଏନ୍ ପୁରୁଷୋତ୍ତମ ରେଡି/ସବୁବର୍ଗ ଖବର): ଖଣ୍ଡଗିରି-ଚନ୍ଦକା ରାସ୍ତାରେ ନବନିର୍ମିତ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ହୋଇଛି ଏହି ସଂଗ୍ରହାଳୟ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଏହି ଶାନ୍ତି କେନ୍ଦ୍ରକୁ ସ୍ଥାପନ କରାଯାଇଛି ବୋଲି ବିର୍ଲାଗ୍ରୁପର ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଛନ୍ତି। ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟର ପ୍ରତିଟି କୋଠରୀ ବୁଲିବା ସହିତ ଗାନ୍ଧୀଜିଙ୍କ ପ୍ରତିମୂର୍ତି ସହ ଫଟୋ ଉଠାଇଥିଲେ। ଏହି ସଂଗ୍ରହାଳୟ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ତେଣୁଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିଭିନ୍ନ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଏଠାକୁ ଆସି ବୁଲିପାରିବେ।