12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି ଜିଲ୍ଲା…

ମାଲକାନଗିରି (ସଖପ୍ର) : ଏକଦା ପଛୁଆ ଏବଂ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ମାଲକାନଗିରି ଜିଲ୍ଲା ଆଜି ବିକାଶର ପାହାଚ ଚଢିବାରେ ଲାଗିଛିା ରାଜ୍ୟ ସରକାରଙ୍କ ଅନନ୍ୟ ଉଦ୍ୟମ ଏବଂ ଜିଲ୍ଲା ପ୍ରତି ରଖିଥିବା ସ୍ୱତନ୍ତ୍ର ଦୃଷ୍ଟି ଯୋଗୁଁ ଜିଲ୍ଲା ଆଜି ୩୦ ନମ୍ବର ଜିଲ୍ଲାରୁ ଏକ ନମ୍ବର ସ୍ଥାନ ହାସଲ କରିବା ଦିଗରେ ଆଗେଇବାରେ ଲାଗିଛିା ଜିଲ୍ଲାରେ ବିଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ କରିବା, ସ୍ୱାସ୍ଥ୍ୟ ସେବାରେ ବିକାଶ ଆଣିବା ଏବଂ ଅତ୍ୟାଧୁନିକ ସାତମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରିବା ସହ ୫-ଟି ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ରୁପାନ୍ତରିତ କରିବା ପରେ ଶିକ୍ଷାନୁଷ୍ଠାନର ଭିତିଭୁମି ବିକାଶ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୪ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲୋ ତେବେ ବର୍ତମାନ ଜିଲ୍ଲାରେ ଗମନାଗମନକୁ ଆହୁରି ସ୍ୱଚ୍ଛଳ କରିବା ପାଇଁ ୨୧ଟି ରାସ୍ତା ପ୍ରକଳ୍ପ ନିମନ୍ତେ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ବିଗତ ଦିନରେ ଜିଲ୍ଲାକୁ ୫-ଟି ସଚିବ ଭି.କେ.ପାଣ୍ଡିଆନ ଦୁଇଦିନିଆ ଗସ୍ତ କରି ବିଭିନ୍ନ ସମୀକ୍ଷା କରିବା ବେଳେ ବିଭିନ୍ନ ବ୍ଲକର ଲୋକେ ରାସ୍ତା ସମସ୍ୟାକୁ ନେଇ ତାଙ୍କ ନିକଟରେ ଆବେଦନ କରିଥିଲ। ସେହି ସମୟରେ ଶ୍ରୀ ପାଣ୍ଡିଆନ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ୟା ସମ୍ବନ୍ଧରେ ଅବଗତ କରାଇ ମାତ୍ର ଦୁଇମାସ ମଧ୍ୟରେ ନିଜର ପ୍ରତିଶୃତିକୁ ପୁରଣ କରିଛନ୍ତି ସେ । ତେବେ ଜିଲ୍ଲାର ଚିତ୍ରକୋଣ୍ଡା, କାଲିମେଳା, ପଡିଆ, କୋରୁକୋଣ୍ଡା ଆଦି ବ୍ଲକ ଗୁଡିକରେ ମୋଟ ୨୧ ଗୋଟି ରାସ୍ତା ନିର୍ମାଣ ପାଇଁ ଏହି ଅର୍ଥ ମଂଜୁର ହୋଇଥିବା ବେଳେ ଏହି ପ୍ରକଳ୍ପ ମଧ୍ୟରେ ୧୭୨.୫୩ କିଲୋମିଟର ରାସ୍ତା ନିର୍ମାଣ କରା ଯିବ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛିା ଯେଉଁ ଅଞ୍ଚଳରେ ଯାତାୟତ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଥିଲା ରୋଗୀଙ୍କୁ ଖଟିଆରେ ବୁହା ଯାଉଥିଲା ସେହି ଅଞ୍ଚଳରେ ବର୍ତମାନ ପକ୍କା ରାସ୍ତା ନିର୍ମାଣ ସହ ବିକାଶର ଗାଡି ଆଗେଇବାରେ ଲାଗିବା ରାସ୍ତା ନିର୍ମାଣ ହେଲେ ଅଞ୍ଚଳରେ ଅଟକି ଯାଇଥିବା ବିକାଶ ଆଗେଇବା ସହ ଲୋକଙ୍କ ନିକଟରେ ବିଭିନ୍ନ ଯୋଜନା ଅତି ସହଜରେ ପହଂଚିପାରିବ । ବ୍ୟବସାୟ ବାଣିଜ୍ୟ ଠାରୁ ଆରମ୍ଭ କରି ବିଦ୍ୟାଳୟକୁ ଯିବା ପାଇଁ ଛାତ୍ରଛାତ୍ରୀ ମାନେ ମଧ୍ୟ ସୁଗମ ଭାବେ ଯାତାୟତ କରିପାରିବେ । ଖାସ୍ ଏଥିପାଇଁ ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି କାଲିମେଳା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦ କ୍ଷେପକୁ ଭୁରିଅସୀ ପ୍ରଶଂସା କରିଛନ୍ତିା ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦ କ୍ଷେପକୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରିବା ସହ ପ୍ରଶଂସା କରାଯାଇଛିା ଏ ନେଇ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଜିଲ୍ଲା ଆଇନ ସାମୁଖ୍ୟ ସଭାପତି ତଥା ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଜିଲ୍ଲା ବିଜୁ ଜନତା ଦଳର ଦଳୀୟ ନେତୃମଣ୍ଡଳୀ ଏବଂ କର୍ମୀ । ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସମ୍ପାଦକ ପ୍ରଭାକର ପ୍ରଧାନ, ପୂର୍ବତନ ବିଧାୟକ ମାନସମାଡକାମି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ବରିଷ୍ଠ ସହ ପର୍ଯ୍ୟବେକ୍ଷକ ସାମୁଏଲ ନାୟକ, ଚିତ୍ରକୋଣ୍ଡା ପର୍ଯ୍ୟବେକ୍ଷକ ରାଧାବିନୋଦ ସାମନ୍ତରା, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମିଙ୍କ ସହ ଜିଲ୍ଲା ବିଜୁ ଜନତା ଦଳର ଅନେକ କର୍ମକର୍ତ୍ତା ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *