02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ସିପିଆଇଏମର ଦାବୀ ପତ୍ର

ବାଲେଶ୍ବର,୨୭/୭–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସିପିଆଇଏମ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଦେବେନ୍ଦ୍ର ବରାଳଙ୍କୁ କରୋନା ମହାମାରୀ ସମ୍ବନ୍ଧୀୟ ଏକ ଦାବୀ ପତ୍ର ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ସିପିଆଇଏମର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥିନୀ କମ୍ରେଡ ସୁଭଦ୍ରା ସାହୁ,ଜଗତାନନ୍ଦ ମହାପାତ୍ର, ଭଗବାନ ଦାସ,ବଳରାମ ସାହୁ,ଗୀତାଞ୍ଜଳି ସାହୁ,ଉତ୍ତମ କୁମାର ଦାସ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଦାବି ଗୁଡିକ ମଧ୍ୟରେ ସାରା ଦେଶରେ କରୋନା ମହାମାରୀରେ ଲୋକମାନେ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି, ସେଥିମଧ୍ୟରୁ ଦୈନିକ ମୃତ୍ୟୁ ମଧ୍ୟ ଘଟି ଚାଲିଛି । ଏହାର ଉପଯୁକ୍ତ ଚିକିତ୍ସାରେ ସରକାର ବିଫଳ ହୋଇଥିବା ପରି ଲଖିତ ହୋଇଛି । କରୋନା ରୋଗୀଙ୍କୁ ଉପଯୁକ୍ତ ଉପକରଣ ଅଭାବରୁ ଠିକ୍ ଭାବରେ ଚିକିତ୍ସା କରାଯାଇ ପାରୁନାହିଁ, ସରକାର କୋଭିଡ ମେଡ଼ିକାଲ ଖୋଲିଛନ୍ତି ସତ ସେଠାରେ ଚିକିତ୍ସା ପାଇଁ ସରଞ୍ଜାମର ଅଭାବ । ସାଧାରଣ ମେଡ଼ିକାଲକୁ ଅନ୍ୟ ରୋଗୀ ଗଲେ କରୋନା ଆଳ ଦେଖାଇ ଚିକିତ୍ସା କରାଯାଉ ନାହିଁ ,ଯାହାଦ୍ୱାରା ସାଧାରଣ ରୋଗୀଟି ଚିକିତ୍ସା ଅଭାବରୁ ହଇରାଣ ହରକତ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ମେଡ଼ିକାଲ ଖୋଲା ଯାଇଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ ଓ ସରଞ୍ଜାମ ଅଭାବରୁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜଣେ କରୋନା ରୋଗୀ ମୃତ୍ୟୁ ପରେବି ଦୀର୍ଘ ସମୟ ପଡିରହିବା , ପ୍ରଶାସନ ଦୁର୍ବଳତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସମସ୍ତ କରୋନା ରୋଗୀଙ୍କୁ ଉପଯୁକ୍ତ ସେବାଦେବା ଏବଂ କରୋନା ଆଳରେ ଅନ୍ୟ ରୋଗୀଙ୍କ ସେଵାରେ କୌଣସି ବ୍ଯାଘାତ ନ ହେବା, ସମସ୍ତଙ୍କୁ ସଠିକ୍ ସେବା ପ୍ରଦାନ ଦାବିରେ ମାନ୍ଯବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଖଇରାର ସିପିଆଇଏମ ସଙ୍ଗଠନ ଦେଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ଆଗମୀ ଦିନରେ ସଙ୍ଗଠନ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *