05/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ଜିଲ୍ଲା ଆଦିବାସୀ ମହାସଂଘ

ମାଲକାନଗିରି (ସଖପ୍ର):ଆଜି ଆଦିବାସୀ ମହାସଂଘ ପକ୍ଷରୁ ହୋଟେଲ ସ୍ୱାଗତ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି।ଏହି ସମ୍ମିଳନୀରେ ଜିଲ୍ଲା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଦୀର୍ଘ ବର୍ଷର ରାଜ୍ୟ ଏବଂ ଦେଶର ସୁନାମ ଧନ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଜନଜାତି ଙ୍କ ବିକାଶ ପାଇଁ ବହୁମୁଖୀ ଯୋଜନା ପ୍ରଣୟନ କରି ବିକାଶ ଧାରାକୁ ଆଗେଇ ନେଇଥିବା ତତ ସଂଗେ ସଂଗେ ବିଭିନ୍ନ ଜନଜାତୀଙ୍କ ସ୍ୱତନ୍ତ୍ର ବିକାଶ ପାଇଁ ଅର୍ଥ ଅନୁଦାନ କରି ମହାନତାର ପରିଚୟ ଦେଇଥିବା କହିଛନ୍ତି।। ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ର ଉନ୍ନତି ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମହାସଂଘ ତରଫରୁ ସୂଚନା ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5T ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିୟାନ ଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥିସହ ମାଲକାନଗିରି ଜିଲ୍ଲା ଜନଜାତୀଙ୍କ ଉନ୍ନତି ପାଇଁ ସବୁ ସମୟରେ ଦୃଷ୍ଟି ଦେବାପାଇଁ ଅନୁରୋଧ କରିଛନ୍ତି। ଆଦିବାସି ମହାସଙ୍ଘ ର ମୂଖ୍ୟ ଘନଶ୍ୟାମ ମାଡକାମି , ଜରା ଶବର ମାଡ଼ି , ସର୍ବ କୁମାର ବିଷୋୟୀ, ସଦାନନ୍ଦ ଖରା, ସାନିଆ କବାସି, ଗୁରୁ ମାଡକାମି, ଇରୀମା କୁରାମି, ଦଶରଥ ମାଡକାମି,ସୋନୁ ଅନୁଗୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *