ମୁକ୍ତିମଳୟ ନାରୀ ଶକ୍ତି ପକ୍ଷରୁ କରୋନା ସଚେତନା

ଜୟପୁର(ସଖପ୍ର):କୋରନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରିବାକୁ ଲାଗିଛି। ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇସାରିଲାଣି ଏହି କରୋନା। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି। କରୋନା ମହାମାରୀ ଯେଉଁ ଭଳି ଦିନକୁ ଦିନ ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରଥମେ ୧୦ଟି ଜିଲ୍ଲାକୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ ଘଣ୍ଟା ଠାରୁ ସକାଳ ୫ ଘଣ୍ଟା ପର୍ଯ୍ୟନ୍ତ ଜାରି କରିଥିଲେ। ଏହାପରେ ବାକିତକ ଜିଲ୍ଲା ମାନଙ୍କରେ ମଧ୍ୟ ରାତ୍ରୀକାଳୀନ କର୍ଫ୍ୟୁ ରାତ୍ର ୯ ଠାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଜାରି କରିଥିଲେ। ଏହାପରେ ରାଜ୍ୟ ସରକାର ସପ୍ତାହନ୍ତ ଶନିବାର-ରବିବାରକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଚେତନତା ଏକ ମାତ୍ର ବିକଳ୍ପ ରହିଛି। ଯେପରି କି ନିଜେ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେବା। ଏହି ଭଳି ଅନ୍ୟ ମାନଙ୍କୁ ସୁରକ୍ଷିତ ରହିବା ପାଇଁ ଆଜି କୋରାପୁଟ ଜିଲ୍ଲା ଜୟପୁର ଠାରେ ମୁକ୍ତିମଳୟ ନାରୀ ଶକ୍ତି ଦ୍ଵାରା କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ନାରୀ ୨୬ ନମ୍ବର ଜାତୀୟ ରାଜପଥରେ କରୋନା କଟକଣା ନିୟମ ପାଳନ କରି ପରସ୍ପରକୁ ସାମାଜିକ ଦୂରତା ବଜାୟ ରଖି ମୁଖରେ ମାସ୍କ ବ୍ୟବହାର କରି ସ୍ଥାନୀୟ ଜନସାଧାରଣଙ୍କୁ କରୋନା ମହାମାରୀ ପ୍ରକୋପରୁ ନିଜ ସହିତ ନିଜ ପରିବାର ମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଝାଇ ଥିଲେ। କୌଣସି ଜରୁରୀ କାମ ନଥିଲେ ଅଯଥା ବାହାରକୁ ନ ବାହାରିବା , ସାମାଜିକ ଦୂରତା ବଜାୟ ରଖିବା,ମାସ୍କ ବ୍ୟବହାର କରିବା,ସାନିଟାଇଜର ବ୍ୟବହାର କରିବା,ହାତକୁ ସାବୁନ ସହ ଧୋଇବା, ଏସବୁ ବିଷୟରେ ଜନସାଧାରଣଙ୍କୁ ସଚେତନତା କରିବା ଦେଖିବାକୁ ମିଳିଥିଲା। ମୁକ୍ତିମଳୟ ନାରୀ ଶକ୍ତିର ସମସ୍ତ ନାରୀ ହାତରେ କରୋନା ସଚେତନତା ପ୍ଲାକାର୍ଡ ଧରି ମାସ୍କ ବ୍ୟବହାର, ସାମାଜିକ ଦୂରତା,ସାନିଟାଇଜର ବ୍ୟବହାର, ଏବଂ କରୋନା ଟିକା ନେବା, ନାରା ଦେଇ ସାଧାରଣ ଜନତାଙ୍କୁ ସଚେତନତା କରିବାର ଦେଖିବାକୁ ମିଳିଥିଲା।କରୋନା ବିପକ୍ଷରେ ଲଢି କରୋନାକୁ ହରାଇ ଦେଶକୁ ମହାମାରୀ ଠାରୁ ରକ୍ଷା କରିବା ପାଇଁ ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ବୋଲି ମୁକ୍ତିମଳୟ ନାରୀ ଶକ୍ତି ଦ୍ଵାରା କୁହାଯାଇଛି।
ପ୍ରତିନିଧି ସୀମଦ୍ରି ଶ୍ରୀନିବାସ ରାଓ