November 18, 2025

Sabubarga Khabar

All category news

ମୁକ୍ତା ଯୋଜନାର ଉପଦେଷ୍ଟା ଶ୍ରୀମତୀ ମୀରା ପରିଡ଼ା ମୁକ୍ତା ଯୋଜନାର ସମୀକ୍ଷା କଲେ

ମାଲକାନଗିରି (ସଖପ୍ର):ଆଜି ମୁକ୍ତା ଯୋଜନାର ଉପଦେଷ୍ଟା ଶ୍ରୀମତୀ ମୀରା ପରିଡ଼ା (ମୀରା ଅପା) ଏବଂ ତାଙ୍କ ସହ ମାଲକାନଗିରି ଜିଲ୍ଲା ବିଜେଡ଼ି ମହିଳା ଦାୟିତ୍ଵ ରେ ଥିବା ଶ୍ରୀମତୀ ଲୋରା ମହାପାତ୍ର ମାଲକାନଗିରି ଓ ବାଲିମେଳା ଗସ୍ତରେ ଆସି ମୁକ୍ତା ଯୋଜନାର ସମୀକ୍ଷା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମା ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ମାଲକାନଗିରି ମୁନସିପାଲଟି ଏବଂ ବାଲିମେଳା ଏନ.ଏ.ସି ରେ ମୁକ୍ତା ଯୋଜନାରେ କାମ କରୁଥିବା ସମସ୍ତ ମା ମାନଙ୍କ ସହ ଆଲୋଚନା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମୁନସୀପାଲଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ବାରିକ,ଉପାଧ୍ୟକ୍ଷା ଶ୍ରୀମତୀ କବିତା ମୋହନ୍ତ,ମାଲକାନଗିରି ମୁନସୀପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କାଁହୁ ଚରଣ ପଟ୍ଟନାୟକ, ଜିଲ୍ଲା ପରିଷଦ ତଥା ବିଜୁ ମହିଳା ସଭାପତି ଶ୍ରୀମତୀ ଲଷ୍ମୀପ୍ରିୟା ନାୟକ ଓ ବାଲିମେଳା ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ,ଉପାଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ବାକା, ବାଲିମେଳା ନଗର ସଭାପତି ଶ୍ରୀଯୁକ୍ତ ମଙ୍ଗଳା ପାଙ୍ଗି,କାର୍ଯ୍ୟନିବାହି ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରଥ, ସମସ୍ତ ୱାର୍ଡ ମେମ୍ବର, SHG ସଙ୍ଗଠକ ସୁନିତା ଗୁରୁ, ବିଧାୟକ ପ୍ରତିନଧି ଶ୍ରୀଯୁକ୍ତ ଦେବାଶିଷ ପାତ୍ର, କରୁକୋଣ୍ଡା ବ୍ଳକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମଦନ ଖସଲା,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରବାଲ, ଶ୍ରୀଯୁକ୍ତ ରାଜେନ୍ଦ୍ର କୁଳଦୀପ,ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଭତ୍ରା ଓ ସମସ୍ତ ଏସ୍. ଏଜି ମା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.