02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମିଳିବ ଆଶ୍ଵସ୍ତି ! ଶୀଘ୍ର ଶସ୍ତା ହୋଇପାରେ ଖାଇବା ତେଲ, ଏହି ପଦକ୍ଷେପ ଉଠାଇଲେ ସରକାର

ନୂଆଦିଲ୍ଲୀ ୦୪।୦୩: ଦେଶରେ ପେଟ୍ରୋଲ-ଡିଜେଲ୍ ଦାମର ଅହେତୁକ ବୃଦ୍ଧିର ପ୍ରଭାବ ଲୋକଙ୍କ ଦୈନନ୍ଦୀନ ଜୀବନ ଉପରେ ପଡିଛି। ଇନ୍ଧନ ଦରବୃଦ୍ଧି ସହିତ ଖାଇବା ତେଲର ଦାମ ମଧ୍ୟ ଅହେତୁକ ବଢିଛି। ଦରବୃଦ୍ଧିକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ସୋରିଷ, ବାଦାମ, ରାଶି ତେଲ ଶୀଘ୍ର ଶସ୍ତା ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି ତେଲ୍ ଦର ସଂପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ଖାଉଟି ସହିତ ବ୍ୟବସାୟୀଙ୍କୁ ମଧ୍ୟ ଆଶ୍ଵସ୍ତି ମିଳିବାକୁ ଯାଉଛି। ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘର ଉଦ୍ୟମରେ ଏହା ସମ୍ଭବ ହୋଇ ପାରିଛି। ମହାସଙ୍ଘର ଦାବିକୁ ସ୍ଵୀକାର କରି ସରକାର ଖାଇବା ତେଲର ଯାଞ୍ଚ ସମୟରେ କରୁଥିବା ଏକ ଖାସ୍‌ ବେଲିୟର ଟର୍ବିଡିଟି(ବିଟିଟି)ର ଯାଞ୍ଚ କରିବେ ନାହିଁ। ବାକି ସମସ୍ତ ଯାଞ୍ଚରେ ପାସ୍‌ ହେବା ପରେ ବି ଭାରତୀୟ ତେଲ ବିଟିଟିରେ ଫେଲ୍ ହେଉଥିଲେ। କାରଣ ଏହା ଘରୋଇ ପ୍ରାକୃତିକ ତେଲ ଅଟେ। ବିଟିଟିରେ ଫେଲ୍ ହେଉଥିବା ଯୋଗୁଁ ପର୍ଯ୍ୟାପ୍ତ ମାତ୍ରାରେ ଦେଶୀ ତେଲ ବଜାରକୁ ଆସି ପାରୁନଥିଲା।

ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟୀ ମହାସଂଘର ରାଷ୍ଟ୍ରୀୟ ସଭାପତି ଶଙ୍କର ଠକ୍କର କହିଛନ୍ତି, ଆମେ ବିଟିଟି ପରୀକ୍ଷଣ ବିଷୟରେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଛୁ। ପ୍ରଶାସନକୁ ଏହା ମଧ୍ୟ ଜଣାଇଛୁ ଯେ, ସୋରିଷ ତେଲ, ରାଶି ତେଲ ଓ ବାଦାମ ତେଲ ସମସ୍ତ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଯାଞ୍ଚରେ ବାରମ୍ବାର ଫେଲ୍ ହେଉଛନ୍ତି। ଏହି କାରଣରୁ ବ୍ୟବସାୟୀ ଦେଶୀ ତେଲର ବ୍ୟବସାୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଫଳସ୍ଵରୂପ ବର୍ଷ ପରେ ବର୍ଷ ଖାଇବା ତେଲର ଉତ୍ପାଦନ ଉପରେ ଏହାର ପ୍ରଭାବ ପଡୁଛି। ଏହି କାରଣରୁ ଭାରତକୁ ବାହାର ଦେଶରୁ ତେଲ ଆମଦାନୀ କରିବାକୁ ପଡୁଛି। ଏହି ସବୁ କାରଣରୁ ଭାରତ ସରକାରଙ୍କୁ ମଧ୍ୟ ଖାଦ୍ୟ ତେଲର ରାଜସ୍ଵ ଉପରେ ବହୁତ କ୍ଷତି ସହିବାକୁ ପଡୁଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *