ମିଲ ସାହିରେ ୪ ଯୁବକଙ୍କ ଉନ୍ମୋକ୍ତ କାଣ୍ଡ, ଛୁରାମାଡରେ ଜଣେ ଗୁରୁତର
କୋରାପୁଟଜିଲ୍ଲା: ଜୟପୁର ଟାଉନ ଥାନା ଅନ୍ତର୍ଗତ ମିଲ ସାହିରେ ୪ ଯୁବକଙ୍କ ଉନ୍ମୋକ୍ତ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଯୁବକ ଜଣକ ହେଲେ ମିଲ ସାହିର ପି.ଦିନେସ କୁମାର(୧୮)। ଅନ୍ୟଜଣେ ତାଙ୍କ ସାଙ୍ଗ ଅଳ୍ପକେ ବର୍ତ୍ତୀ ଯାଇଛି। ଦିନେସଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲରେ ଭର୍ତ୍ତୀକରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦିନେଶ ଆଉ ତାଙ୍କ ସାଙ୍ଗ ଜଗଦୀଶ ବାବୁ ସାହିରେ ବସିଥିଲେ। ଏହି ସମୟରେ ଦୁଇ ଯୁବକ ତାଙ୍କୁ କଥା ହେବାକୁ ଡାକିଥିଲେ। କଥା ହେଉଥିବା ବେଳେ ଏକ ବୁଲେଟରେ ଆଉ ଦୁଇଜଣ ଆସିଥିଲେ। ଦିନେଶକୁ ଛୁରା ମାଡ଼ କରିଥିବା ବେଳେ ଏମାନଙ୍କ ମଧରୁ ଜଣେ ମାଉଜର ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି କାଣ୍ଡ ପରେ ସେଠାରୁ ଖସି ପଳେଇଥିଲେ। ଦିନେଶକୁ ସାଙ୍ଗ ମାନେ ମେଡିକାଲ ନେଇଥିବା ବେଳେ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି।