05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମିଡିଆ ମହାକୁମ୍ଭ ଉଦଯାପିତ

ଭୁବନେଶ୍ୱର, ୨୩/୧୧(ସଖପ୍ର) ତିନିଦିନ ଧରି ଚାଲିଥିବା ଗଣମାଧ୍ୟମ ମହାକୁମ୍ଭର ଆଜି କିିଟ୍ସ୍ ୭ନଂ ଆଡିଟରିୟମଠାରେ ଉଦଯାପିତ ହୋଇଯାଇଛି । ଏଥିରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଡ଼ଃ ସୂଯ୍ୟନାରାୟଣ ପାତ୍ର ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଆଜିର ଡ଼ିଜିଟାଲ ଗଣ ମାଧ୍ୟମର ଚାହିଦା ଏବଂ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜିର ଦନିରେ ବିଗତ ଦିନ ଅପେକ୍ଷା ପାଠକ ପାଠିକା ମାନଙ୍କଦ୍ୱାରା ଖବରକାଗଜ ଏବଂ ଟେଲିଭିଜନ ଦେଖିବାର ଚାହିଦା କମିବାରେ ଲାଗିଛି ବୋଲି କହିଥିଲେ । କାରଣ ଆଜିର ସ୍ମାର୍ଟଫୋନ୍ ଯୁଗରେ ଲୋକମାନେ ସୋସଅିାଲ ମିଡଅିା ଉପରେ ଅଧକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ମତ ପୋଷଣ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଆଉଟ-ଲୁକର ପତ୍ରିକାର ସମ୍ପାଦକ ରୁବେନ ବାନାର୍ଜୀ ଯୋଗଦେଇ ଗଣମାଧ୍ୟମର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପାଠ ପଢାଇବା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନିରପେକ୍ଷ ଏବଂ ନୈତିକବୋଧତାର ସହତି କର୍ତବ୍ୟ କରିବାର ଶିକ୍ଷା ପ୍ରଦାନପାଇଁ ମତପୋଷଣ କରିଥିଲେ । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ଇସାନ ପାତ୍ର, ତେଜପରୁ ବିଶ୍ୱବଦି୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ଏବଂ ଏ.ଆଇ.ଏମ.ସି.ର ପ୍ରଫେସର କେ.ଜି. ସୁରେଶ ଉକ୍ତ ସମ୍ମିଳନିରେ ଯୋଗଦେଇ ଗଣମାଧ୍ୟମର ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଉପରେ ସେମାନଙ୍କର ବକ୍ତବ୍ୟ ଉତଥାପାନ କରିଥିଲେ ।
ଶୁକ୍ରବାର ମିଡିଆ ମହାକୁମ୍ଭର ଦ୍ୱିତୀୟ ଦିବସରେ ୮୦ରୁ ଅଧିକ ଗବେଷଣାତ୍ମକ ସଂର୍ନ୍ଧଭ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ୭ଟି ବୈଷୟିକ ଅଧିବେଶନରେ ଉପସ୍ଥାପନ ହୋଇଥିବାବେଳ ସେଥିମଧ୍ୟରୁ ୬ଟିକୁ ସର୍ବତୋମ ସଂନ୍ଦର୍ଭ ଭାବରେ ଆଜିି ପୁରସ୍କୃତ କରାଗଲା । ଏବଂ ପ୍ରଥମ ଥର ପାଇଁ ବିଭିନ୍ନ ବର୍ଗରେ ଏନ୍.ଏମ୍.ସି ପୁରସ୍କାର-୨୦୧୯ ପଦ୍ରାନ କରାଗଲା ।
ଦିବସର ପ୍ରଥମ ଭାଗରେ ଦୁଇଗୋଟି ପ୍ଲେନାରି ଅଧିବେଶନ ଅନଷ୍ଠୁତି ହୋଇଥିଲା । ପ୍ରଥମ ଅଧିବୋନରେ ବିଭିନ୍ନ ବିଶବ୍ୱିଦ୍ୟାଳୟର ଗଣମାଧ୍ୟମ ବିଭାଗର ଯଥା ତେଜପରୁ ବିଶବ୍ୱିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ଦିଲ୍ଲୀ ସ୍ଥିତ ଏ.ଆଇ.ଏମ୍.ସି ର ନିଦେ୍ର୍ଦଶକ ପ୍ରଫେସର ସଜଲ ମଖାର୍ଜୀ, ପେରିୟାରି ବିଶବ୍ୱିଦ୍ୟାଳୟର ଡ଼ଃ. ଭି. ନଟରାଜନ, ଜି.ଜି.ଏସ.ଆଇ ବିଶ୍ୱବିଦ୍ୟାଳୟର ଡ଼ଃ. ଦୁର୍ଗେଶ ତ୍ରପ।ଠୀ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବ କେ ଉଦଗତା, ଝାଡ଼ଖଣ୍ଡ ସ୍ଥତିକେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ଼ଃ. ଦେବ ବତ୍ର ସିଂ ଏବଂ ଦୂରଦର୍ଶନ କଲକତାର ପ୍ରିନସ୍ ପାଲ କରେସ୍ପଣ୍ଡେ ସ୍ନେହାଶିଷ ସୁର ପ୍ରମୁଖ ଯୋଗ ଦେଇ ସାଇବର କମୁନିକେଶନ ଏବଂ ଗଣମାଧ୍ୟମର ବଭିିନ୍ନ ସୁରକ୍ଷିତ ବିଷୟବସ୍ତୁ ଉପରେ ଆଲୋଚନା ମାନ କରିଥିଲେ ।
ଦ୍ୱତିୀୟ ଅଧିବେଶନରେ ଓକ୍ସଫାମ ଇଣ୍ଡିଆର ଆଂଚଳିକ ସଂଚାଳକ ଶ୍ରୀ ଅକ୍ଷୟ କୁମାର ବିଶ୍ୱାଳ, ମୁମ୍ବାଇ ସ୍ଥିତ ମକ୍ତୁ ଗଣମାଧ୍ୟମ ପ୍ରତିନିଧି ଶ୍ରୀମତୀ କଳ୍ପନା ଶର୍ମା, ଦିଲ୍ଲୀର ଶ୍ରୀମତୀ ମନିଷା ପାଣ୍ଡେ ଏବଂ ବି.ବି.ସିର ଓଡ଼ିଆ ପ୍ରତିନିଧ ସନ୍ଦପି ସାହୁ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ସଂସ୍କତୃି ଉପରେ ଡ଼ିଜିଟାଲର ପଭ୍ରାବ ଏବଂ ଏହାର ଗୁରୁତ୍ୱ ଉପରେ ବିଶଦ୍ ଆଲୋଚନା କରିଥିଲେ । ମିଡ଼ିଆ ମହାକୁମ୍ଭର ଅଧ୍ୟକ୍ଷ ତଥା ଆଇ.ଏମ୍.ଏସ୍ ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଭିନ ୍ନ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗ ଯଥା ତେଜପରୁ ବିଶ୍ୱବଦି୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ଜ୍ଞାନରଂଜନ ମିଶ୍ର, ରେଭେନ୍ସା ବଶି ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱାଇଁ, ସେଂଚରୁ ଅି ନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ଡଃ ଅମ୍ବିକା ଶଙ୍କର ମିଶ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡଃ ହରେକ୍ରିଷ୍ଣ ବେହେରା, ଆବାହକ ମନୋରଞ୍ଜନ ପଣ୍ଡା ଓ ଡ଼ଃ. ଗାୟତ୍ରୀ ପଟନାୟକ, ମେଡିଆ ଏଜୁକେଟର ଦେବଯାନୀ ମୁଖାର୍ଜୀ, କିଟ୍ ବିଶ୍ୱବିଦ୍ୟାଳୟର ଡଃ ଅନୁରାଗ ସାହୁ, ଶ୍ରୀ ଶ୍ରୀ ବିଶବ୍ୱିଦ୍ୟାଳୟର ନରସିଂହ ମାଝୀ, ଟାଟା କମୁ୍ୟନିଟି ଇନିସଏିଟିଭ ଟଷ୍ଟ୍ରର ସଂଯୋଗିତା ମଶି୍ର, ବିଜେବି ମହାବିଦ୍ୟାଳୟର ଡ଼ଃ ନଳିନୀ ପତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *