02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମା ‘କୁ ନିର୍ମମ ହତ୍ୟା ଓ ଝିଅ ଗୁରୁତର…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ବିନାୟକପୁରରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି |ରାତିରେ ମା, ଝିଅ ସୋଇଥିବା ବେଳେ କିଏ ଜଣେ ଦୁର୍ବୁତ୍ତ ଆସି ମା ଓ ଝିଅକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଚାଲିଗଲା |ଆକ୍ରମଣରେ ମା ଲାଛି ସାଲବମ (୭୫ ବର୍ଷ )ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ଝିଅ କାନି ସାଲବମ ଗୁରୁତର ହୋଇଥିଲେ |ଖବର ପାଇ ଏମ ଭି -୭୯ ଥାନାଧିକାରୀ ହରିଶ୍ଚନ୍ଦ୍ର ଗଲୋରୀ ସଦଳବଳ ସେହି ଗାଁକୁ ଯାଇଥିଲେ |ପ୍ରଥମେ ଗୁରୁତର ଝିଅକୁ ମୋଟୁ ହସ୍ପିଟାଲ, ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି |ସେ ଏବେ ଗୁରୁତର ଅଛି |ଗାଁର ଲୋକେ ଏବେ ଭୟଭୀତ ହୋଇଛନ୍ତି |ଥାନାଧିକାରୀ ତଦନ୍ତ ଚାଲିଛି ଯଥାଶୀଘ୍ର ଦୋଷୀକୁ ଧରାଯିବ ବୋଲି କହିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *