11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାସ ମାସ ଧରି ବନ୍ଦ ରହିଛି ମାଲକାନଗିରି ଜିଲ୍ଲା ପାଠାଗାର

ମାଲକାନଗିରି(ସଖପ୍ର): ମାସ ମାସ ଧରି ବନ୍ଦ ରହିଛି ମାଲକାନଗିରି ଜିଲ୍ଲା ପାଠାଗାର । ପ୍ରତି ଦିନ ପାଠକମାନେ ଖୋଲିବା ଆଶାରେ ଆସନ୍ତି ଏବଂ ବନ୍ଦ ରହିବା ଯୋଗୁଁ ନୈରାଶ୍ୟରେ ଫେରିଯାଆନ୍ତି । ତେବେ ଏହି ପାଠାଗାର କେବେ ଖୋଲିବ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ରହିଛି ଏକ ସରକାରୀ ପାଠାଗାର । ଏହା ସର୍କିଟ ହାଉସ୍ ମଧ୍ଯରେ ଅବସ୍ଥିତ । ସର୍କିଟ ହାଉସର ସମ୍ମୁଖରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ଯାଳୟ ଅବସ୍ଥାପିତ । ଏଠାକୁ ପ୍ରତି ଦିନ କିଛି ଦୈନିକ ଖବର କାଗଜ ଆସିଥାଏ । ଏହା ବ୍ଯତୀତ ବିଭିନ୍ନ ପ୍ରକାର ପାଠ୍ଯ ପୁସ୍ତକ ଆଲମିରା ଏବଂ ସେଲଫଗୁଡିକରେ ଶୋଭା ପାଉଛି । ପୁସ୍ତକ ପ୍ରେମୀ ପାଠ କରିବା ଉଦ୍ଦେଶ୍ଯରେ ବହି ଗୃହକୁ ନେବା ଲାଗି କୌଣସି ସୁବିଧା ନାହିଁ । ପ୍ରାୟ ୩୦ ବର୍ଷ ହେଲା ମାଲକାନଗିରି ଜିଲ୍ଲାର ମାନ୍ଯତା ପାଇଲା ପର ଠାରୁ ଅଦ୍ଯାବଧି ଜିଲ୍ଲା ପାଠାଗାର ପରିଚାଳନା କରିବା ସକାଶେ ଜଣେ କେହି ଲାଇବ୍ରେରିୟାନ ରାଜ୍ଯ ସରକାରଙ୍କ ଦ୍ବାରା ନିଯୁକ୍ତି ପାଇ ଏଠାକୁ ଆସି ନାହିଁ । ଏହି ପାଠାଗାରକୁ କେତେ ବହି ପ୍ରତି ବର୍ଷ ଆସୁଛି କିଛି ହିସାବ ନିକାସ ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଉଈ ଚରି ବହୁ ମୂଲ୍ଯବାନ ଗ୍ରନ୍ଥ ନଷ୍ଟ ହୋଇଯାଇଛି, ସେଥି ପ୍ରତି କାହାର ନିଘା ନାହିଁ । DIPRO ଶ୍ରୀ ସାମନ୍ତରାୟ ଚାଲିଯିବା ପରେ ଏବେ ଜଣେ ସହକାରୀ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କର ଆନ୍ତରିକତା ନଥିବା ପରି ଜଣାପଡୁଛି । କର୍ମଚାରୀ ଅଭାବ ଯୋଗୁଁ ସେ ପାଖରେ କୁଢ଼ କୁଢ଼ ଅଳିଆ ଦେଖିବାକୁ ମିଳୁଛି । ବିଭିନ୍ନ ପେପର ଭେଣ୍ଡରମାନେ କବାଟର ତଳଆଡ଼େ ପେପର ଗଳେଇ ଦେଉଥିବାର ଦେଖିବାକୁ ମିଳୁଛି । ପାଠାଗାର ସବୁବେଳେ ଖୋଲିଲେ ଜିଲ୍ଲାବାସୀ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ନିଜ ମତ ରଖିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *