ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) କରୋନାର ମୁକାବିଲା ଲାଗି ମାସ୍କ ପିନ୍ଧି ବାହାରକୁ ବାହାରିବା ପାଇଁ କଟକଣା ଜାରି କରିଛନ୍ତି ଜ଼ିଲ୍ଲା ପ୍ରଶାସନ କିନ୍ତୁ କେତେକ ବ୍ୟକ୍ତି ଏହି ନିୟମକୁ ଅମାନ୍ୟ କରି ବାହାରେ ବୁଲିବାରେ ଦେଖାଦେଇଥିଲା। ସେଥିପାଇଁ ପୋଲିସ ବିଭାଗ ପକ୍ଷରୁ ସହରରେ କପିଳାସ ଛକ, ଏସ ବି ଆଇ ଛକରେ ଚେକିଂ କରାଯାଇଥିଲା ଓ ଯେଉଁ ମାନେ ବିନା ମାସ୍କରେ ବାହାରେ ବୁଲୁଥିଲେ ପ୍ରାୟ 40 ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ପ୍ରଥମ ତିନୋଟି ଯାଞ୍ଚ ପର୍ଯ୍ୟନ୍ତ 200ଟଙ୍କା ଓ ପରବର୍ତୀ ସମୟରେ ନିୟମ ଭଙ୍ଗ କରି ବିନା ମାସ୍କରେ ବୁଲୁଥିବା ସମୟରେ ଧରାପଡ଼ିଲେ 500ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାୟଗଡା ତହସିଲର ଉମାଶଙ୍କର ବେହରା କହିଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ସମୟରେ ଅତିରିକ୍ତ ତହସିଲଦାର ସୁନୀଲ ଖରା, ଏସ ଆଇ ଟି ଅଲ୍ଲୀ ଖାନ, ଏ ଏସ ଆଇ ପି ରାବଣା ପ୍ରମୁଖ ଉପସ୍ଥିତ ରହିଥିଲେ। ଠିକ ସେହିପରି ବିଷମକଟକରେ ମଧ୍ୟ ବିନା ମାସ୍କରେ ବୁଲୁଥିବା 18ଜଣ ବ୍ୟକ୍ତିଙ୍କ ଠାରୁ 3600ଟଙ୍କା ଆଦାୟ କରାଯାଇଛି। ଠିକ୍ ସେହିପରି ରମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ ରାମନାଗୁଡ଼ା ମୁଖ୍ୟ ବଜ଼ାରରେ ବିନା ମାସ୍କରେ ବୁଲୁଥିବା 15 ଜଣ ବ୍ୟକ୍ତିଙ୍କ ଠାରୁ 3000ଟଙ୍କା ଜୋରୀମାନ ଆଦାୟ କରିଛନ୍ତି। ଜ଼ିଲ୍ଲାରେ ସମସ୍ତ 11ଗୋଟି ବ୍ଲକରେ ସମସ୍ତ ଗ୍ରାମରେ ବୁଲି ବୁଲି ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ଜ଼ିଲ୍ଲା ପୋଲିସ ଅଂଟାଭିଡିଛି।