01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ରେ ପୁଣି ସଚେତନତା ସୃଷ୍ଟି କରାଯାଉଛି…

ମାଲକାନଗିରି : ସାରା ଦେଶରେ ଆର ଟି ଓ ରୁଲ -୨୦୧୯ ଲାଗୁ କରାଗଲା |ଲୋକମାନେ ବହୁତ ଅସୁବିଧାରେ ପଡୁଥିବା ଦେଖି ଓଡିଶା ସରକାର ନିୟମକୁ ୩ ମାସ ପାଇଁ କୋହଳ କରିଥିଲେ |କେତେକ ଲୋକ ସଚେତନ ହେଉ ନଥିବା ଦେଖି ପୁଣି ମାଲକାନଗିରି ସଦର ଠାରେ ବିଭିନ୍ନ ସ୍ଥାନରେ ଆର ଟି ଓ, ପୋଲିସ ବିଭାଗ ଏବଂ ଟିମ ଉଇ କେନର ସଦସ୍ୟମନେ ମିଶି ଗାଡି ଚାଳକମାନଙ୍କୁ ହେଲମେଟ ପିନ୍ଧିବା, ଗାଡିର ସିଟ ବେଲ୍ଟ ବାନ୍ଧିବା, ମଦ ନ ପିଇବା, ଗାଡିର ସମସ୍ତ କାଗଜ ପାଖରେ ରଖିବା ଆଦିକଥା ବୁଝାଇଥିଲେ |ନିୟମମାନି ଗାଡି ଚାଲନ୍ତୁ ଓ ଘରକୁ ଖୁସିରେ ଫେରନ୍ତୁ ବୋଲି କହିଥିଲେ |ଆର ଟି ଓ, ପୋଲିସ ଏବଂ ଟିମ ଉଇ କେନର ଏପରି ପଦେକ୍ଷପକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି |

ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *