ମାଲକାନଗିରି ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ…
ମାଲକାନଗିରି : ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପ୍ରଥମ ମହିଳା ବିଡିଓ ଭାବେ ସୁଶ୍ରୀ ପ୍ରଭାତୀ ଝୋଡିଆ ଶନିବାର ୮ତାରିଖରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାର ରାମନାଗୁଡା ବ୍ଲକରେ ବିଡିଓ ଭାବରେ ସଫଳତାର ସହ କାର୍ଯ୍ୟ କରିବା ସହ ଗୁଣୁପୁର ବ୍ଲକରେ ବିଡିଓ ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵରେ ରହି ସଫଳତାର ସହ କାର୍ଯ୍ୟ କରିଥିଲେ। ମାଲକାନଗିରି ବ୍ଲକ ବିଡିଓ ଦାୟିତ୍ଵ ଗ୍ରହଣ କଲା ପରେ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବା, ସରକାରଙ୍କ ଜନହିତକର ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ଯତ୍ନବାନ ହେବେ ବୋଲି ପ୍ରକାଶ କରିଛନ୍ତି । ଜଣେ ଦକ୍ଷ ତଥା କର୍ମଠ ବିଡିଓଙ୍କ ଯୋଗଦାନ ପରେ ଜିଲ୍ଲାର ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ବିଶେଷ କରି ମାଲକାନଗିରି ବ୍ଲକ ଅଧୀନରେ ଥିବା ୧୯ ଗୋଟି ପଞ୍ଚାୟତର ଲୋକ ପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ପ୍ରମୁଖ ମାନେ ବହୁତ୍ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ମାଲକାନଗିରି ବିଡିଓ ଭାବରେ ଦାୟିତ୍ଵ ନେବା ଅବସରରେ ବ୍ଲକ ସେକ୍ସନ ଅଫିସର ଶିବ ଚରଣ ସେଠ, ଜିପିଓ ଶଙ୍କର୍ଷଣ ଖଣ୍ଡୁଆଳ, ସହକାରୀ ଯନ୍ତ୍ରୀ ଅଭିଜିତ ସେଠୀ, କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ବିଭୂତି ଭୂଷଣ ରାଉତ, ଡବ୍ଲୁଇ ଓ ସସ୍ମିତା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ