ମାଲକାନଗିରି ବି.ଡି.ଏ ସଂସ୍ଥାରେ ଦୁର୍ନୀତିର ଗନ୍ଧ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡାଘାଟିରେ ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି । ସେହି ଜନଜାତିର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ ଦ୍ୱାରା ଗଢାଯାଇଛି ବି. ଡି. ଏ (ବଣ୍ଡା ଡେଭଲପମେଣ୍ଟ ଏଜେନ୍ସି )। ଏବେ ସେଠାରେ ଦୁର୍ନୀତିର ପୋକ ସାଲୁବାଲୁ ହେବାରେ ଲାଗିଛି । ଏଠାରେ ଏବେ ବଣ୍ଡା ଯୁବକ ଯୁବତୀମାନଙ୍କୁ ବୈଷୟିକ ଜ୍ଞାନ ଦେବା ପାଇଁ ମୌସମ ଚାରିଟାବେଲ ସଂସ୍ଥା କୁ ସରକାର ଅନୁବନ୍ଧିତ କରିଛନ୍ତି । କିନ୍ତୁ ବି ଡି ଏ ର ଅଧିକାରୀ ମୋହରି ବାବୁ ପିଲାଙ୍କ କଥା ଭୁଲିଯାଇଛନ୍ତି ବୋଧେ । ବି.ଡି.ଏ ଯେଉଁ ବଣ୍ଡା ଜନଜାତିର ଉନ୍ନତି ପାଇଁ ହୋଇଥିବା କଥା କୁହାଯାଉଛି କିନ୍ତୁ ସେମାନଙ୍କ କଣ ଉନ୍ନତି ହୋଇଛି କେହି କହି ପାରୁନାହାନ୍ତି । ଫାର୍ମ ଟିଏ ଥିଲା ତାହା ମଧ୍ୟ ଅଧିକାରୀଙ୍କ ଅବହେଳା ପାଇଁ ବନ୍ଦ ହୋଇଗଲା । ବିଭିନ୍ନ ସମୟରେ ଅଧିକାରୀଙ୍କ ବିରାଧରେ ବହୁବାର ଅଭିଯୋଗ ହେଲେ ମଧ୍ୟ କାହିଁକି ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେଉନି ତାହା ସହଜରେ ଅନୁମେୟ । ବି.ଡି.ଏ ରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ବୁଦ୍ଧିଜୀବୀମହଲରେ ଦାବି ଉଠୁଛି।