ମାଲକାନଗିରି ବିଧାୟକ କରୋନା ଆକ୍ରାନ୍ତ

ମାଲକାନଗିରି (ସଖପ୍ର): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକ୍ଷଣ ଦେଖାଦେବାରୁ ଶ୍ରୀ ମାଡ଼ି ରାପିଡ ଆଣ୍ଟିଜେନ ଟେଷ୍ଟ କରାଇଥିଲେ |ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଆରଟିପିସିଆର ଟେଷ୍ଟ ପାଇଁ ନମୁନା ଭୁବନେଶ୍ୱର ପଠାଯାଇଥିଲା ,ଯାହାର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପ୍ରଥମେ ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା |ପରେ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥାରେ ଉନ୍ନତି ନହେବାରୁ ଭୁବନନେଶ୍ୱର କିମ୍ସ ହସପଟାଲକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ସେଠାରେ ଶଯ୍ୟା ନଥିବାରୁ ତାଙ୍କୁ ଏମ୍ସରେ ଭର୍ତି କରାଯାଇଛି। ବିଧାୟକ ଶ୍ରୀ ମାଡ଼ିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୪ଜଣ ବିଜେପି ନେତା ଓ କର୍ମୀ କୋଭିଡ ଟେଷ୍ଟ ନିମନ୍ତେ ନମୁନା ପ୍ରଦାନ କରିଛନ୍ତି।