12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ରକ୍ତଦାନ କରି ଦୁଇ ଜଣ ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇଲେ


ମାଲକାନଗିରି ଜିଲ୍ଲା(ସଖପ୍ର) : ଗତ ବୁଧବାର ସନ୍ଧ୍ୟାରେ ମାଥିଲି ମେଡିକାଲରେ ଭର୍ତ୍ତି ହୋଇଥିବା ଦୁଇ ଜଣ ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇଲେ।
୧-ସୁକ୍ରି କୱାସୀ B(+VE) (2UNIT)
(ହଳଦୀକୁଣ୍ଡା,GP-ସାଲିମି,ମାଥିଲି)
୨-କୂନ୍ତୀ ଦୂରୁଆ AB (+VE)(1UNIT)
(ବୋଡାଗୁଡା,GP-କତାପାଲ୍ଲୀ,ମାଥିଲି )
ମାଥିଲି ମେଡିକାଲରେ ପ୍ରସୂତିଙ୍କ ପାଇଁ ରକ୍ତର ଅଭାବ ଥିବାରୁ ସେମାନଙ୍କ ସମ୍ପର୍କୀୟ ମାନେ ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ
୧-ସିପୁନ କୁମାର ନାୟକ B (+Ve)
୨-ସୁରେନ୍ଦ୍ର ମାଡକାମୀ B (+ve)
୩-ହେମନ୍ତ ଖରା AB (+ve)
ଙ୍କୁ ଆଣି ରକ୍ତଦାନ କରାଇଥିଲେ। ଏହି ସମୟରେ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ ଓ ରେଡକ୍ରସ ସୋସାଇଟି ତରଫରୁ ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ଥିବା ସହ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜୁ ଶିଶା,ମନୋଜ ପଟ୍ଟନାୟକ,ଏ ରାଜୁ,ସୁକେଶ ସୁନା,କେ.ରାହୁଲ ରାଓ,ପ୍ରକାଶ କୁମାର,ସତ୍ୟଜିତ ଗୌଡ ମାନେ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *