ମାଲକାନଗିରି ବନ କର୍ମଚାରୀଙ୍କ ଦ୍ବାରା ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ମାଲକାନଗିରି (ସଖପ୍ର): ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ଡିଏଫଓ ପ୍ରଦୀପ ଦେବୀଦାସ ମିରାଶେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ବନ କର୍ମଚାରୀମାନେ କୋରୁକୋଣ୍ଡା ସେକ୍ସନ ଅନ୍ତର୍ଗତ ତୁମୁଷାପଲ୍ଲୀ ବିଟର ଏମଭି-୨୫ ଗ୍ରାମର ପ୍ରଶାନ୍ତ ମଣ୍ଡଳଙ୍କ ଗୃହ ପରିସର ଠାରେ ପହଞ୍ଚି ପ୍ରାୟ ଦେଢ ଲକ୍ଷ ଟଙ୍କାର ମୂଲ୍ଯବାନ ଶାଗୁଆନ କାଠ ଗଣ୍ଡି-୮ଟି,ଅର୍ଦ୍ଧନିର୍ମିତ ଆସବାବପତ୍ର ,ସାଇଜ ପଟା ଜବତ କରିଛନ୍ତି । ଉଦ୍ଧାର କରାଯାଇଥିବା ୮ଟି ଶାଗୁଆନ ଗଛ ୪୮ ସିଏଫଟି ଏବଂ ପଟା ,ସାଇଜ ୫୭ ଗୋଟି ବା ୧୪ ସିଏଫଟି । ଉଦ୍ଧାର କରାଯାଇଥିବା ଶାଗୁଆନ କାଠ ମୋଟ ୬୨ ସିଏଫଟି ହେବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ କହିଥିବା ବେଳେ ଏହାର ସରକାରୀ ମୂଲ୍ଯ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ମୂଲ୍ଯବାନ କାଠଗୁଡିକୁ ଜବତ କରାଯାଇ ମାଲକାନଗିରି ରେଞ୍ଜ ଅଫିସରେ ରଖାଯାଇଥିବା ବେଳେ ମୁଖ୍ଯ ଆସାମୀ ପ୍ରଶାନ୍ତ ମଣ୍ଡଳ ଫେରାର ରହିଥିବା ଜଣାପଡିଛି । ଏହି ଚଢାଉରେ ବନପାଳ ରାଜେଶ କୁମାର ସେଠୀ,ମୂରଲୀଧର ଅନଗୁଳିଆ,ଦିବାକର ଜେନା,ମୋହନ ଗୁଡିଆ,ହରେକୃଷ୍ଣ ପାଣିଗ୍ରାହୀ,ସନ୍ତୋଷ ଦେଏ ,ବନରକ୍ଷୀ ଏବଂ ପାରା ଷ୍ଟାଫ କର୍ମଚାରୀ ସାମିଲ ଥିଲେ ।