01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ବନାଞ୍ଚଳରେ ପୁଣି ମୂଲ୍ୟବାନ କାଠ ଜବତ…

ମାଲକାନଗିରି (ସଖପ୍ର): ବିଶେଷ ସୂତ୍ରରୁ ଖବରପାଇ ମାଲକାନାଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ଦେବୀଦାସ ମିରସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମାସାପାଲ୍ଲି ପଞ୍ଚାୟତ ଅଧୀନସ୍ଥ କାମାଲିଗୁଡ଼ା ଗ୍ରାମ ନିକଟ ପୋଟରୁ ନଦୀ ନିକଟରେ ଚଢାଉ କରିଥାଲେ । ଚଢାଉ ରୁ ବନ ବିଭାଗ ୧୧ ଗୋଟି ଶାଗୁଆନ ଗଣ୍ଡୀ , ୬ ଗୋଟି ପିଆଶାଳ ଗଣ୍ଡୀ ଜବତ କରିପରିଥିଲେ । ଜବତ କାଠ ଗୁଡ଼ିକର ଆୟତନ ମୋଟ ୬୧ ଘନ ଫୁଟ୍ । ଜବତ କାଠର ବଜାର ମୂଲ୍ୟ ଆନୁମାନିକ ୨ଲକ୍ଷ ୫୦ହଜାର ହେବା । ଘଟଣା ସ୍ଥଳରେ କେହି ଆସାମୀ ନଥିବା ବେଳେ ଆସାମୀଙ୍କୁ ଧରିବା ନିମନ୍ତେ ବନ ବିଭାଗ ପ୍ରୟାସ ଯାରିରଖିଥିବା ସୂଚନା ମିଳିଛି । ଘଟଣାର ମୂଳକୁ ପହଁଚିବା ନିମନ୍ତେ ଅଧିକା ତଦନ୍ତ ଚାଲୁ ରହିଛି । ବନ ବିଭାଗ କାଠ ଗୁଡ଼ିକୁ ଜବତ କରି ଏକ ଅପରାଧିକ କେସ ରୁଜୁ କରି ତଦନ୍ତ ଚାଲୁ ରଖିଛି । ଏହି ଚଢ଼ାଉରେ ପାର୍ଣ୍ଡ୍ରିପାଣି ବନପାଳ ମୋହନ ଗୁଡ଼ିଆ , ଏମ୍ ଭି ୧୭ ବନପାଳ ଦିବାକର ଜେନା , କୋରୁକୋଣ୍ଡା ବନପାଳ ରାଜେଶ କୁମାର ସେଠୀଙ୍କ ସହ ସମସ୍ତ ବନରକ୍ଷୀ ଓ ସୁରକ୍ଷା ସ୍କୱାର୍ଡ ଅଂଶଗ୍ରହଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *