ମାଲକାନଗିରି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ରଦ୍ଦ ହେଲା ସୋଲଭେନ୍ସି ସାର୍ଟିଫିକେଟ
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାରେ ଆନ୍ଧ୍ରପ୍ରଦେଶର ଜଣେ ଠିକାଦାର୍ ଭୁଲ୍ ତଥ୍ୟ ଦେଇ କୋଟିଏ ଟଙ୍କାର Solvency ହାତେଇଥିବାର ଅଭିଯୋଗ ହେଇଥିଲା । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ଟେଣ୍ଡର ବାକ୍ସକୁ ତିନିଦିନ ନିଜ ବାସଭବନରେ ରଖିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଜିଲ୍ଲାପାଳ ଏହାକୁ ସ୍ବୀକାର କରିଥିଲେ । ଏହି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଜିଲ୍ଲାପାଳ ଦେଇଥିବା solvency ସାର୍ଟିଫିକେଟକୁ ବର୍ତ୍ତମାନର ଜିଲ୍ଲାପାଳ ଭିଶାଲ୍ ସିଂହ ରଦ୍ଦ କରିଛନ୍ତି । ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇଥିବା ପୂର୍ବତନ ଲିଜ୍ ଧାରୀ ମାନେ କହିବା ଅନୁସାରେ ରଦ୍ଦ ହୋଇଥିବା ଲିଜ୍ ଧାରୀଙ୍କ solvency ସାର୍ଟିଫିକେଟର ପରବର୍ତ୍ତୀ ଯୋଗ୍ୟ ବିବେଚିତ ଲିଜ୍ ଧାରୀ ମାନଙ୍କୁ ଦେବାପାଇଁ ଦାବି କରିଛନ୍ତି । ଅନ୍ୟ ପଟେ ଆନ୍ଧ୍ର ଠିକାଦାର ମୋଟୁ ତହସିଲ୍ ଅନ୍ତର୍ଗତ ପୁରୁସୁଗୁଡା ଠାରେ ଭି ଜି ଗ୍ରାନାଇଟ୍ ନାଁରେ ଦଶ ଏକରରୁ ଉର୍ଦ୍ଧ୍ବ ସରକାରୀ ଓ ଜଙ୍ଗଲ ଜମି ହାତେଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ପୁଣି ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରହିଲା ତାର ତଦନ୍ତ କେବେ ସରୁଛି ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ