ମାଲକାନଗିରି ଜିଲ୍ଲା ହସ୍ପିଟାଲର ଓ ପି ଡ଼ି ଖୋଲିଲା…
ମାଲକାନଗିରି (ସ.ଖ. ପ୍ର ):ମାଲକାନଗିରି ଜିଲ୍ଲା ହସ୍ପିଟାଲର ଓ ପି ଡ଼ି ସପ୍ତାହେ ହେଲା ବନ୍ଦ ଥିଲା |ଜିଲ୍ଲା ହସ୍ପିଟାଲର ୨ ଜଣ ଡାକ୍ତର ଓ ୧0ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଓ ପି ଡ଼ି କୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା |ବହୁ ଦୂର ଦୁରାନ୍ତରୁ ରୋଗୀ ଓ ପରିବାର ଲୋକେ ଆସି ଫେରି ଯିବାର ଖବର ପାଇ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ହସ୍ପିଟାଲକୁ ଆସି ଡାକ୍ଟର ଓ ଅନ୍ୟ ଅଧିକାରୀଙ୍କ ସହ କଥା ହୋଇଥିଲେ |ତାହା ପରେ ହସ୍ପିଟାଲର ଓ ପି ଡ଼ି ଖାଳିବା ପାଇଁ ନିଷ୍ପତ୍ତି ହୋଇଥିଲା |ଜିଲ୍ଲା ସଦରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି |ତେଣୁ ରୋଗୀ ଓ ସମ୍ପର୍କୀୟକୁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି |ଓ ପି ଡ଼ି ଖୋଲିବା ପରେ ଲୋକେ ବହୁତ ଖୁସି ଅଛନ୍ତି |