12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲା ସେରପାଲ୍ଲୀରେ ଗ୍ରାମବାସୀଙ୍କ ଦ୍ବାରା ବର୍ଷା ପାଇଁ ବେଙ୍ଗ ବିବାହ

ମାଲକାନଗିରି (ସ.ଖ.ପ୍ର ):ସାରା ରାଜ୍ୟରେ ଏହି ଜୁଲାଇ ମାସରେ ଯେଉଁ ପରିମାଣରେ ବର୍ଷା ହେବାକଥା ସେତିକି ବର୍ଷା ହୋଇ ନାହିଁ |ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ କମିଛି |ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି |ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଆଜି ମାଲକାନଗିରି ଜିଲ୍ଲା ସେରପାଲ୍ଲୀରେ ଗ୍ରାମବାସୀ ସମସ୍ତେ ମିଶି ବେଙ୍ଗ ବେଙ୍ଗୁଲିର ବାହାଘର ଅନୁଷ୍ଠିତ କରିଥିଲେ |ଗ୍ରାମବାସୀଙ୍କ ବିଶ୍ୱାସ ଯେ ଏପରି କଲେ ଅଂଚଳରେ ବର୍ଷା ହେବ |ଏପରି କଥା ଶୁଣି ଜିଲ୍ଲାର ଜନସାଧାରଣ ମନରେ କୌତୁହଳ ସୃଷ୍ଟି ହୋଇଥିଲା |ବିଜ୍ଞାନ ଯୁଗରେ ଏପରି ଘଟଣା ଘଟିବା ଏକ ଅଦ୍ଭୁତ କଥା |ଏପରି ନ କରିବାକୁ ଲୋକଙ୍କୁ ସଚେତନ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ନିଜର ମତ ପ୍ରକାଶ କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *