ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ନିର୍ଦ୍ଦେଶରେ ଅସହାୟ କିନ୍ନରକୁ ମିଳିଲା ସହାୟତା
ମାଲକାନଗିରି (ସ. ଖ. ପ୍ର ): ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତ କଟଲାଗୁଡା ଗ୍ରାମର ଜଣେ ଅସହାୟ ବୟସ୍କ କିନ୍ନର ମାଳତୀ ଗୋଲରୀ ଘରଦ୍ବାର ନ ଥାଇ ଏକ ଗଛ ତଳେ ବହୁ ଦିନରୁ ରହିଥିବା ବେଳେ ତାଙ୍କର ଆଧାର କାର୍ଡ, ରାସନ କାର୍ଡ ନ ଥିବା ବେଳେ ଭତ୍ତା ବ୍ୟବସ୍ଥା ନଥିବା ସେ ବହୁତ କଷ୍ଟ ରେ ରହୁଥିବା କଥା ଏକ ଗଣ ମାଧ୍ୟମରେ ଆସିବା ପରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଆଡମା ରାବା, ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ, ଯୁବନେତା ମହେଶ କୁମାର ବାକା ଙ୍କ ନେତୃତ୍ଵରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସବୁ ଅସୁବିଧାକୁ ବୁଝିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କର ସହଯୋଗରେ ଆଜି ବୃଦ୍ଧାଶ୍ରମକୁ ପଠାଇ ଖାଇବା ପିଇବା ବନ୍ଦୋବସ୍ତ ସହ ଖୁବ୍ ଶୀଘ୍ର ଆଧାର କାର୍ଡ, ଭତ୍ତା ବ୍ୟବସ୍ଥା କରିବା ସହ ତାଙ୍କ ନିଜ ଜାଗାରେ ଖୁବ୍ ଶୀଘ୍ର ଏକ ବିଜୁ ପକ୍କା ଘର କରି ତାଙ୍କୁ ସ୍ଥାୟୀ କରାଯିବା ସହ ଆଜି କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜିର ଗସ୍ତରେ ବିଜୁ ଯୁବ ଜନତା ଦଳର ମନୋଜ ପଟ୍ଟନାୟକ ଓ ସୁନିଲ୍ ସାହୁ ଉପସ୍ଥିତ ଥିଲେ ।