02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ….

ମାଲକାନଗିରି : ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ପୋୖର ପରିଷଦର ନଗରଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ ହୋଇଯାଇଛି। ବିଭିନ୍ନ ପ୍ରକାର ଦାବୀ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୧୪ ରେ ମାଲକାନଗିରି ଜିଲ୍ଲା ବନ୍ଦ କରିବାକୁ ପ୍ରେସମିଟ ଜରିଆରେ ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର। ଖବର ମୁତାବକ କିଛି ଦିନ ପୁର୍ବରୁ ଜିଲ୍ଲା କଂଗ୍ରେସ ର ସଭାପତିଙ୍କ ସହ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଚାରି ଦଫା ଦାବି ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିଥିଲେ ଯେଉଁଥିରେ ବିଶେଷ କରି ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ଶିକ୍ଷା ସହ ବେରୋଜଗାରୀ ଓ ବିଦ୍ୟୁତ ସମସ୍ୟା ଭଳି ପ୍ରମୁଖ ଦାବି ପୂରଣ ନିମନ୍ତେ ଦାବି ରଖିଥିଲେ । ସେଥିରେ ଚଳିତ ମାସ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକଟି ଦାବି ପୂରଣ ନିମନ୍ତେ ଉଲ୍ଲେଖ ରହିଥିଲା । ଯଦି ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ ହୁଏ ତାହେଲେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସ୍ବାର୍ଥ ନିମିତ୍ତ ଚଳିତ ମାସ ୧୪ତାରିଖ ଦିନ ମାଲକାନଗିରି ଜିଲ୍ଲାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲା କଂଗ୍ରେସର ଦାବି କୁ ପୁରଣ କରି ନଥିବାରୁ ଆଜି ଜିଲ୍ଲାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହି ବନ୍ଦ ଡାକରା ସମ୍ପୂର୍ଣ ଶାନ୍ତିପୂର୍ଣ୍ଣ ରହିବ ବୋଲି ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ପାତ୍ର ମତବ୍ୟକ୍ତ କରୁଛନ୍ତି। ଏହି ସମ୍ମିଳନୀ ରେ କଂଗ୍ରେସ୍ ନଗର ସଭାପତି ପି. କେଶୁ, ଜି. ଶ୍ରୀନିବାସ ରାଓ, ମାଲା ମାଢ଼ି , ପର୍ସୁରମ ଭକ୍ତ , ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ , ପ୍ରାଣକୃଷ୍ଣ ମଣ୍ଡଳ , ଇଶାକ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *