03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ୬୨ଟି ଧାନମଣ୍ଡି ଓ ୨୩ଟି ଧାନମିଲ ଉପରେ ପ୍ରଶାସନର ଚଢଉ

ମାଲକାନଗିରି: ବିନା ଟୋକନରେ ଧାନମଣ୍ଡି ଓ ମିଲ ଗୁଡିକରେ ଧାନଗଛିତ ଥିବା ସନ୍ଦେହରେ ଆଜି ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ୬୨ଟି ଧାନମଣ୍ଡି ଓ ୨୩ଟି ଧାନ ମିଲ ଉପରେ ଚଢଉ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାରେ ମାଲକାନଗିରି,ପଡିଆ, କାଲିମେଳା, କୋରକୁଣ୍ଡା,ମାଥିଲି, ଖଇରପୁଟ,ଚିତ୍ରକୋଣ୍ଡା ସାତଟି ଯାକ ବ୍ଲକରେ ଖରିଫଚାଷର ୬୨ଟି ଧାନମଣ୍ଡି ଖୋଲାଯାଇ ଚାଷୀମାନଙ୍କ ଠାରୁ ଇତିମଧ୍ୟରେ ୧୦ଲକ୍ଷ ୯୧ହଜାର କ୍ୱିଣ୍ଟାଲ ଧାନ କ୍ରୟ ହୋଇସାରିଲାଣି,ତଥାପି ମଣ୍ଡିଗୁଡିକରେ ଶହଶହ କ୍ୱିଣ୍ଟାଲ ଧାନ ପଡିରହିଛି ।

ଜାଲ ଚାଷୀ ରୋକିବା ଓ ଏହି ସବୁଧାନ ଟୋକନପ୍ରାପ୍ତ ପ୍ରକୁୃତ ଚାଷୀଙ୍କର ନା ଦଲାଲ ମାନଙ୍କର ତାହା ଜାଣିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକା ସଙ୍ଗେ ସାତଟି ଯାକ ବ୍ଲକରେ ଥିବା ୬୨ଟି ଧାନମଣ୍ଡି ଉପରେ ଚଢାଉ ଆରମ୍ଭ ହୋଇଯାଇଛି ।ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାଯୋଗଣ ବିଭାଗ,ବିଭିନ୍ନ ବ୍ଲକର ବିଡିଓ,ତହସିଲଦାର,ଲ୍ୟାମ୍ପସ ଅଧିକାରୀ ପ୍ରମୁଖ କର୍ମଚାରୀ ମାନେ ମିଳିତ ଭାବେ ଏହି ଚଢଉରେ ସାମିଲ ହୋଇ ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ସେଠାରେ ପଡିରହିଥିବା ଧାନ ଗୁଡିକ କାହାର , ଚାଷୀମାନଙ୍କୁ ଟୋକନ ଇସୁ ହୋଇଛି କି ନାହିଁ ଯାଚଂକରିଥିଲେ ।
ଠିକ ସେହିପରି ମାଲକାନଗିରି ଜିଲ୍ଲାସଦର ମହକୁମା ସହ ଅନ୍ୟାନ୍ୟ ସ୍ଥାନରେ ଥିବା ୨୩ଟି ଧାନମିଲକୁ ଯାଇ ମିଲରେ ଗଛିତ ଥିବା ଧାନଗୁଡିକ ମଣ୍ଡିରୁ କ୍ରୟ ହୋଇଛି କି ନାହିଁ ଓ ଟୋକନ ପ୍ରାପ୍ତ ଚାଷୀମାନଙ୍କର କି ନୁହେଁ ତାହା ଯାଚଂ କରାଯାଇଛି ।
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *