ମାଲକାନଗିରି ଜିଲ୍ଲାର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା
ମାଲକାନଗିରି(ସଖପ୍ର): ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ଵୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ୬ଟି ବ୍ଲକ ଓ ମାଲକାନଗିରି ପୌରାଞ୍ଚଳରୁ ଅଧିକ ସଂକ୍ରମିତ ଚି଼ହ୍ନଟ ହୋଇଥିବା ୧୩ଟି ଗାଁ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟଜୋନ ଘୋଷଣା କରାଯାଇଛି । କାଲିମେଳା ବ୍ଲକର କୋଇମେଟଲା ପଞ୍ଚାୟତ ର ଏମ ପିଭି- ୩୩ , ଟିଗଲ ପଞ୍ଚାୟତ ର ଏମଭି -୬୮, ମାଲାଭରମ ପଞ୍ଚାୟତର ଏମଭି -୮୨, ତେଲରାଇ ପଞ୍ଚାୟତର କୁଞ୍ଜଗୁଡା, ମାଥିଲି ବ୍ଲକର ନାୟକଗୁଡା ଓ ତମଗୁଡା, ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି, ଖଇରପୁଟ ବ୍ଲକର ଖଇରପୁଟ, ମାଝୀଗୁଡା ଓ ରାସବେଡା,ଚିତ୍ରକୋଣ୍ଡା ବ୍ଲକର ବଡପଡା ପଞ୍ଚାୟତର ଯାନବାଇ କଲୋନୀ,କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତର ବଡୁଗୁଡା ଏବଂ ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର ୧୫ ରିକଲ୍ଲାମେଶନ କଲୋନୀକୁ ୧୨ ତାରିଖ ସନ୍ଧ୍ୟା ୫ ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏହି ସବୁ ଅଞ୍ଚଳରେ ପରିସ୍ଥିତି ଉପରେ ନଜର ରଖିବା ସହ ତଦାରଖ କରିବା ପାଇଁ ସ୍ଥାନୀୟ ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି ।ଏହି ଜିଲ୍ଲା ୨ଟି ରାଜ୍ୟର ସୀମାରେ ରହିଛି |କିନ୍ତୁ ପ୍ରଶାସନର ସତର୍କତା ଯୋଗୁଁ ରାଜ୍ୟର ସବୁଠାରୁ କମ କରୋନା ସଂକ୍ରମିତ ବାହାରୁଛନ୍ତି |ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ |