01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ବଣ୍ଡାଘାଟି ପରିଦର୍ଶନ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ଆଜି ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ପରିଦର୍ଶନରେ ଯାଇଥିଲେ । ପ୍ରଥମେ ସେ ବି. ଡି. ଏ. ଅଫିସକୁ ଯାଇ କିପରି କାମ ଚାଲିଛି ତଦାରଖ କରିଥିଲେ । ତାପରେ ସେ ବିଭିନ୍ନ ଅଂଚଳ ବୁଲି ଦେଖିଥିଲେ । ସେଠାରେ ନାଳ ନଥିବାରୁ ବର୍ଷାପାଣି ରାସ୍ତାରେ ବୋହିଯିବାର ଦେଖିବାକୁ ପାଇଥିଲେ । ତେଣୁ ବି ଡି ଏ ଅଫିସରଙ୍କୁ ଯଥାଶୀଘ୍ର ଏଠାରେ ନାଳ କରିବା ପାଇଁ କହିଥିଲେ । କେତେକ ଲୋକଙ୍କୁ ଜ୍ୱର ହୋଇଥିବା ଦେଖିବାକୁ ପାଇଥିଲେ । ଖଇରପୁଟ ମେଡିକାଲ ଷ୍ଟାଫଙ୍କୁ ଯଥାଶୀଘ୍ର ପଠେଇକି ଏମାନଙ୍କ ଦେହକୁ ସୁଧାରିବାକୁ ଚେଷ୍ଟା କରିବି ବୋଲି ସେ ପ୍ରତିଶୃତି ଦେଇଥିଲେ । କେତେକ ଲୋକଙ୍କ ଅସୁବିଧାମାନ ସେ ଶୁଣି ସବୁ ସମସ୍ୟାକୁ ଜିଲ୍ଲାପାଳଙ୍କୁ କହି ଦୂର କରିବିବୋଲି ପ୍ରତିଶୃତି ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *