12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉତ୍କଳ ସମ୍ମିଳନୀର ଅଭିନବ ପ୍ରୟାସ


ମାଲକାନଗିରି ୨୫/୦୨(ସଖପ୍ର): ସଦର ମହକୁମାର ବୁଟିଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର ଏକ ବୈଠକରେ ଜିଲ୍ଲା ଶାଖା ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ରଞ୍ଜନ କୁମାର ସ୍ୱାଇଁ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଭୋଳ, ଶିକ୍ଷାବିତ ରବୀନ୍ଦ୍ର କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ। ଆଲୋଚନାରେ ଉପାନ୍ତ ମାଲକାନଗିରି ଜିଲ୍ଲାର ଶିକ୍ଷାର ବିକାଶ ପାଇଁ ସୁବଧ, ଶୈଳ, ସଚିତ୍ର ଓଡ଼ିଆ ବ୍ୟାକରଣ ବହିର ପ୍ରସ୍ତୁତି, ପ୍ରକାଶନ ପ୍ରଚଳନ ପାଇଁ ପରିକଳ୍ପନା କରାଯାଇଥିଲା ।
ଏତଦ୍ ବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡ଼ିଆ ଭାଷା ସମ୍ବନ୍ଧୀୟ ଖୋଲା ପ୍ରଶ୍ନ ପ୍ରତିଯୋଗିତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଶିଳ୍ପୀ, କଳାକାର, ସମାଜସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଓ ପ୍ରମାଣ ପତ୍ର ପ୍ରଦାନ କରିବାକୁ ସମ୍ମିଳନୀ ଦ୍ଵାରା ଏକ କମିଟି ଗଠନ କରାଯାଇଛି ।
ଉପରୋକ୍ତ କାର୍ଯ୍ୟକ୍ରମକୁ ରୂପରେଖ ଦେବା ପାଇଁ ସମ୍ପାଦକ ଭାବେ ଅଧ୍ୟାପକ ତପନ କୁମାର ବେହେରା, ସଂଯୋଜକ ଭାବେ ରବୀନ୍ଦ୍ର କୁମାର ମହାରଣା ଓ ପ୍ରମୋଦ କୁମାର ସେନାପତିଙ୍କୁ ଗ୍ରହଣ କରାଯାଇଥିବା ବେଳେ ଶିକ୍ଷକ କବୀର୍ ମୋହନ ବେହେରା, ସଂସ୍କୃତ ପଣ୍ଡିତ ଶରତ ଚନ୍ଦ୍ର ଦାସ, ମୋହନ କୁମାର ବିଳାସ, ଅଲେଖ ପାତ୍ର ଓ ପ୍ରକାଶ ଚନ୍ଦ୍ର ନାୟକ ସମ୍ପାଦନା ମଣ୍ଡଳୀରେ ସ୍ଥାନ ପାଇଛନ୍ତି । ଆବଶ୍ୟକ ସ୍ଥଳେ ଅଧିକରୁ ଅଧିକ ଅଭିଜ୍ଞ ଶିକ୍ଷକ ମାନଙ୍କୁ ଗ୍ରହଣ କରାଯିବା ପାଇଁ କମିଟିର ସଦସ୍ୟ ମାନେ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଆଲୋଚନାର ଶେଷରେ ସୁକାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମାଲକାନଗିରି ଜିଲ୍ଲା ପ୍ରତିନିଧି ଗଣେଶ ଚନ୍ଦ୍ର ପଟ୍ଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *