12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ଫେବୃଆରୀ ୭ରୁ ଆରମ୍ଭ ହେବ…

ମାଲକାନଗିରି: ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲକାନଗିରି ଜିଲ୍ଲା ର ଆଦିବାସୀ କଳାସଂସ୍କୃତିକୁ ବଚାଂଇରଖି ଦେଶବିଦେଶରେ ପ୍ରଚାର କରିବାସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳାଚାତୁରି କୁ ଜାଣିବାପାଇଁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭହେବାକୁ ଯାଉଛି ।

ଏହା ଫେବୃଆରୀ ମାସ ୭ତାରିଖଠାରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ, ଆଜି ସନ୍ଧ୍ୟାରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ଉତ୍ସବ ପାଳନରେ ବିଳମ୍ବ ହୋଇଥିବାରୁ ଆଜି ଏକ ସ୍ୱତନ୍ତ୍ର ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ,ସ୍ଥାନୀୟ ଅଧିବାସୀ,ବରିଷ୍ଟ ନାଗରିକ,ଆଇନଜିବୀ, ସ୍ୱେଚ୍ଛାସେୀ ଅନୁଷ୍ଟାନ ର କର୍ମକର୍ତା,ଜିଲ୍ଲାସ୍ତରୀୟ ଅଧିକାରୀ,ଗଣମାଧ୍ୟମ ପ୍ରତି ନିଧି ମାନଙ୍କୁ ଡକାଯାଇ ମତାମତ ନିଆଯାଇଥିଲା ।
ଏହି ଉତ୍ସବ ଫେବୃଆରୀ ମାସ୭ତାରିଖରୁ ଆରମ୍ଭ ହୋଇ ୧୧ତାରିଖରେ ଶେଷହେବ,ଫେବୃଆରୀ ମାସ ୭,୮,୯ ତାରିଖରେ ଜିଲ୍ଲାସ୍ତରୀୟ ମୁଖ୍ୟଉତ୍ସବ ଓ ୧୦,୧୧ ତାରିଖରେ ପଲ୍ଲୀଶ୍ରୀ ମେଳା ହେବାପାଇଁ ନିସ୍ପତି ନିଆଯାଇଛି ,ଏହି ଉତ୍ସବ ପାଇଁ ସ୍ୱାଗତ କମିଟି,ଖାଦ୍ୟକମିଟି, ପରିବହନକମିଟି,ପ୍ରଚାର କମିଟି,ଅତିଥି ଚୟନ କମଟି,ସ୍ମରଣିକାପୁସ୍ତକ କମିଟି,ଅର୍ଥଆଦାୟ କମିଟି,ମଚଂକମିଟି, ସାଂସ୍କୃତିକ କମିଟି, ସୋଭାଯାତ୍ରା କମିଟି,ପ୍ରଦର୍ଶନୀ କମିଟ, ବିଭିନ୍ନ କମିଟି ଗଠନ କରାଯାଇଛି,ଫେବୃଆରୀ ମାସ ୨ତାରିଖରେ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ, ଓଡିଶା ଚାରି ରାଜ୍ୟ ସୀମାନ୍ତ ମୋଟୁ ମୁଗି ପଏଣ୍ଟ ତ୍ରୀନଦୀ ସଙ୍ଗମସ୍ଥଳରୁ ଶୁଭ କଳସ ଯାତ୍ରାଆରମ୍ଭ କରାଯାଇ୧୦୫କିଲୋମିଟର ସୁଦୂର ମୋଟୁ ଠାରୁ ବିରାଟ ସୋଭା ଯାତ୍ରାରେ ଆସି ମାଲକାନଗିରି ଜଗନ୍ନାଥମନ୍ଦିର ରେ କଳସ ସ୍ଥାପନ ହେବାପାଇଁ ନିଷ୍ପତ୍ତି ନିଆ ଯାଇଛି,ପୁର୍ବ ବର୍ଷପରି ଡିଏନକେ ମଇଦାନ ଠାରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର)

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *