11/10/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର ସବୁ ରଦ୍ଦ ହେଲା


ମାଲକାନଗିରି (ସଖପ୍ର):ମାଲକାନଗିରିରେ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ମାମଲା ଶେଷରେ ରଦ୍ଦ ହେଲା। ତତ୍କାଳୀନ ଜିଲ୍ଲାପାଳ ୟଦୁଲା ବିଜୟ ଏହି ଟେଣ୍ଡେର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ସେତେବେଳେ ପ୍ରଦୀପ ମାଝି ଅଭିଯୋଗ କରିଥିଲେ।ଭିଜି ଗ୍ରାନାଇଟର ମାଲିକ ବେନୁଗୋପଲ ଲଘୁ ଖଣିଜ ଟେଣ୍ଡେର ପ୍ରକ୍ରିୟାରେ 7ଟି ଖଣି ପାଇଥିଲେ।ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡେର ବକ୍ସ ନେଇ ହେରଫେର କରିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା।ଯାହାକୁ ନେଇ ପୂର୍ବତନ ଜିଲ୍ଲପାଳ ୟାଦୁଲା ବିଜୟ ଆସିଥିଲେ ବିବାଦ ଘେରକୁ ଓ ରାଜ୍ୟ ସରକାର ତାଙ୍କର ବଦଳି କରିଥିଲେ,ଏହାପରେ ତଦନ୍ତ କରାଯାଇ ବେନୁଗୋପାଲ ଦାଖଲ କରିଥିବା ସଲବେନ୍ସି ସାର୍ଟିଫିକେକୁ ମଧ୍ୟ ରଦ୍ଦ କରାଯାଇଥିଲା। ଏହି ଟେଣ୍ଡେର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାପାଇଁ ବାରମ୍ବାର ଦାବି କରାଯାଉଥିଲା।ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ନେଇ ଜଣାପଡିଥିଲା।ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିଶ କ୍ରମେଏହି ଟେଣ୍ଡେର ପ୍ରକ୍ରିୟାକୁ ରଦ୍ଦ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଫିକିସିଂ ପଛରେ ହାତ ଥିବା ସରକାରୀ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଦେଖିବାକୁ ବାକି ରହିଲା ଆଗକୁ କଣ ଘଟୁଛି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *