06/15/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାରେ ପୁଣି ଗଂଜେଇ ଜବତ…

ମାଲକାନଗିରି( ସ.ଖ. ପ୍ର ):ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଗତ କାଲି ରାତିରେ ପେଟ୍ରୋଲିଂ କରିବା ସମୟରେ ଏକ ଟ୍ରାକ୍ଟରରୁ ୧ କ୍ବିଣ୍ଟାଲ ୧୭୦ କିଗ୍ରା ଗଂଜେଇ ଜବତ କରିବା ସହ ଜଣେ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛି |ସୂଚନାରୁ ଜଣାପଡିଛି ଯେ, ରାତି ୧୦ଟା ସମୟରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ କିଶୋର ଶବର,ସବ ଇନସ୍ପେକ୍ଟର ସଂଗ୍ରାମ କେଶରୀ ପାଇକରାୟ ସଦଳବଳେ ନାଇଟ ପେଟ୍ରୋଲିଂ କଂକରାଇପଡା ଏବଂ ବୁରୁଦିପୁଟ ରାସ୍ତାରେ କରୁଥିବା ବେଳେ ଏହି ରାସ୍ତା ଦେଇ ଏକ ମଟର ସାଇକେଲ ଏବଂ ଟ୍ରାକ୍ଟର ଆସୁଥିବା ନଜରକୁ ଆସିଥିଲା | ୪୦ ମିଟର ଦୂରରୁ ଟ୍ରାକ୍ଟର ଡ୍ରାଇଭର ପୋଲିସକୁ ଦେଖି ଗାଡି ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗାଡି ଉପରେ ବସିଥିବା ୫ ଜଣ ଲୋକ ମଧ୍ଯ ଜଂଗଲ ଭିତରକୁ ଚାଲିଯାଇଥିଲେ | ଅନ୍ଧକାରର ସୁଯୋଗ ନେଇ ଚମ୍ପଟ ମାରିଥିବା ବେଳେ ମଟର ସାଇକେଲରେ ଆସୁଥିବା ଯୁବକ ବଟୁ ସିନାବାସୀକୁ ପୋଲିସ ସନ୍ଦେହରେ ଧରି ପଚରା ଉଚରା କରିଥିଲା |ତଦନ୍ତ ପରେ ଜଣା ପଡିଲା ଯେ ଗୁଣ୍ଠାବେଢା ଅଂଞ୍ଚଳରୁ ଗଂଜେଇ ଅମଳ କରି ନିଜ ଗାଁ ମେଟୁ ମାମଡିକୁ ଚାଲାଣ କରାଯାଉଥିଲା! ପୋଲିସ ଦଳ ଟ୍ରାକ୍ଟର ମଧ୍ଯରୁ ୩୯ ଗୋଟି ପଲିଥିନ୍ ବ୍ଯାଗରେ ଗଂଜେଇ ଭର୍ତ୍ତି କରାଯାଇଥିବା ଉଦ୍ଧାର କରିଥିଲା | ଯାହାର ପରିମାଣ ୧ କ୍ବିଣ୍ଟାଲ୧୭୦ କିଗ୍ରା ଥିଲା ବେଳେ ଅନୁମାନିକ ବଜାର ମୂଲ୍ଯ ଏକ କୋଟି ୧୭ ଲକ୍ଷ ଟଂକା ହେବ ବୋଲି ପୋଲିସ କହୁଛି |ପୋଲିସ ମେଟୁମାମୁଡି ଗ୍ରାମର ଆସାମୀ ବଟୁ ସିନାବାସୀ(୨୫) ବିରୁଦ୍ଧରେ ଚିତ୍ରକୋଣ୍ଡା ଥାନା କେଶ ନଂ :୬୭, ତା;୩.୭.୨୦୨୦ ରିଖ ଏନଡ୍ପିଏସ ଧାରା୨୦(ବି)୨୭ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *