ମାଲକାନଗିରି ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷାରେ ଦୁଇଜଣ ଟପର

ମାଲକାନଗିରି (ସ.ଖ.ପ୍ର ): ରାଜ୍ୟର ଦଶମ ଶ୍ରେଣୀର ଫଳାଫଳ ବାହାରିଲା |ସେଥିରେ ମାଲକାନଗିରି ଜିଲ୍ଲା ମୋଟ ଫଳାଫଳ ୭୭. ୭୦ପ୍ରତିଶତ ରହିଛି |ଜିଲ୍ଲାର ୨ ଜଣ ହିଁ A1ପାଇଛନ୍ତି ଓ ଜିଲ୍ଲାର ଟପର ହୋଇଛନ୍ତି |ଜଣେ ହେଉଛନ୍ତି ଏମ ଭି -୭୯ ରେ ଥିବା ସାବେରି ଉଚ୍ଚ ବିଦ୍ୟାଳୟର ପ୍ରହଲ୍ଲାଦ ନାଥ ଓ ଅନ୍ୟ ଜଣେ ହେଉଛନ୍ତି ଏମ ଭି -୭ ର ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟର ଶିଳ୍ପୀ ବୈରାଗୀ |୨ ଜଣ ସମାନ ୬୦୦ରୁ ୫୪୦ ରଖିଛନ୍ତି |ପ୍ରହଲ୍ଲାଦଙ୍କୁ ପଚାରିବାରୁ ମୁଁ ଦିନକୁ ପ୍ରାୟ ୧୨ ଘଣ୍ଟା ପଢ଼ୁଥିଲି | ମୋ ବିଦ୍ୟାଳୟର ଶିକ୍ଷକ, ମୋ ପରିବାର ଲୋକଙ୍କ ପାଇଁ ଏହି ସଫଳତା ପାଇଛି |ବଡ଼ ହେଲେ ଡାକ୍ତର ହେବି ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବି |ସେହିପରି ଶିଳ୍ପୀଙ୍କୁ ପଚାରିବାରୁ ଏହି ସଫଳତା ମୋ ଗୁରୁ ଗୁରୁମା ଓ ପରିବାର ସମସ୍ତଙ୍କ ପାଇଁ ସମ୍ଭବ ହୋଇଛି |ବଡ ହେଲେ ଆଇ ଏ ଏସ ହେବି ବୋଲି ସେ କହିଥିଲେ |ଆମ ସବୁବର୍ଗ ଖବର ପରିବାରରୁ ଅଭିନନ୍ଦନ ଜଣାଉଛୁ ଭବିଷ୍ୟତରେ ଉତ୍ତରୋତର ଉନ୍ନତି କାମନା କରୁଛୁ |