ମାଲକାନଗିରି ଜିଲ୍ଲାରେ ଦଳ ଡିଆଁ ରାଜନୀତି ସରଗରମ
ମାଲକାନଗିରି (ସଖପ୍ର):ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନୀତି ଆଦର୍ଶ ଓ ଲୋକଙ୍କ ସୁବିଧା ପାଇଁ ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୮୧ ଜୋନ ୧ ର ବେଙ୍ଗଲୀ ଭାଷା ଭାଷୀ ୧୫୦ ରୁ ଉର୍ଦ୍ଧ୍ବ କର୍ମୀ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ମାଲକାନଗିରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ,ଜିଲ୍ଲା ବିଜୁ ଜନତା ଦଳ ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ବିଜେଡି ସମ୍ପାଦକ ବିଶ୍ୱନାଥ ରେଡି ,ସାଂସଦ ପ୍ରତିନିଧି କାମେଶ୍ୱର ରାଓ ,ଜୋନ ସଭାପତି ଶମ୍ଭୁ ବାକଚି ,ସମାଜ ସେବୀ ଡ଼.ଉତ୍ତମ ମଲ୍ଲିକ ଓ ସମାଜସେବୀ ତଥା ବିଜେଡି ସକ୍ରିୟ କର୍ମୀ କେ.ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ