ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଖ୍ରୀଷ୍ଟିଆନ କମିଟି ପକ୍ଷରୁ ଭାରତୀୟ ଖ୍ରୀଷ୍ଟିଆନ ଦିବସ ପାଳିତ
ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଖ୍ରୀଷ୍ଟିଆନ କମିଟି ପକ୍ଷରୁ ଭାରତୀୟ ଖ୍ରୀଷ୍ଟିଆନ ଦିବସ ମାଲକାନଗିରି ପୌରାଞ୍ଚଳର ୱାର୍ଡ-୧୮ ନୁଆଗୁଡା ସ୍ଥିତ JELC church ଏବଂ ୱାର୍ଡ-୦୯ ର IMST churchରେ ପାଳିତ ହୋଇଯାଇଛି। ଏଥିରେ ମାନ୍ୟବର ସଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀ, ମାଲକାନଗିରି ପୌରାଞ୍ଚଳ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକ, ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ପଣ୍ଡା,ବିଜେଡ଼ି ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ ନାୟକ,ମାଲକାନଗିରି ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ କବିତା ମହୋନ୍ତ, ପୌର ଅଞ୍ଚଳର ବିଜେଡ଼ି ସଂଯୋଜକ ଶ୍ରୀଯୁକ୍ତ ମଙ୍ଗଳା ପାଙ୍ଗି,ବିଜୁ ଯୁବ ଜନତା ଦଳର ଉପ ସଭାପତି ଶ୍ରୀଯୁକ୍ତ କଣ୍ଟେଶ୍ୱର ପୋଟ୍ଟଲା ,ଜିଲ୍ଲା ଯୁବ ସମ୍ପାଦକ ଶ୍ରୀ ବସନ୍ତ ନାୟକ,ମାଲକାନଗିରି ବରିଷ୍ଠ ନେତା ଶ୍ରୀଯୁକ୍ତ ଏସ ଵାଲା ,ଯୁବ ନେତା କେ ରାହୁଲ, ,ତ୍ରିମାଳା ନାଏକ ୱାର୍ଡ ମେମ୍ବର,ସୁକଦେବ ବୈରାଗି,ସତ୍ୟବାନ ବାଗ,ରାହୁଲ୍ ରାଓ,ବିଭୁତି ଭୂଷଣ,ରୋନି କାର୍ତିକ ଏବଂ ସମସ୍ତ ବିଜେଡି ବରିଷ୍ଠ, ମହିଳା,ଯୁବ ଛାତ୍ର କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ JELC Church ର ଜାଗା ପାଇଁ ଏକ ଦରଖାସ୍ତ ମାନ୍ୟବର ସାଂସଦଙ୍କୁ ଦେଇଥିଲେ ଏବଂ ନୁଆଗୁଡାରେ ଜଣଙ୍କ ଦେହାନ୍ତ ଦୁଃଖଖବର ଜାଣି ତାଙ୍କ ଘର ପରିବାରଙ୍କୁ ଆର୍ଥିକ ସହାୟତା କରିଥିଲେ ଏବଂ ପୌର ଅଧ୍ୟକ୍ଷ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି କହିଥିଲେ। ଚର୍ଚ୍ଚର ପାଳକ ଓ ଦାସ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ।
ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ