ମାଲକାନଗିରି ଜିଲ୍ଲାରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ
ମାଲକାନଗିରି ଜିଲ୍ଲା(ସଖପ୍ର): ରାଜ୍ୟ ବିଜୁ ଜନତା ଦଳର ସୁପ୍ରିମୋ ତଥା ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲା ସଂଯୋଜକ ଭାବରେ ମାନ୍ୟବର ପୁର୍ବତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମୀଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳ ରୂପାୟନ କରିପାରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲା ବିଜୁ ଜନତା ଦଳ ତରଫରୁ କୃତଜ୍ଞତା ଜ୍ଞାପନ ସହିତ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଉଛୁ ।
ମାଲକାନଗିରି ଏକ ସୀମାନ୍ତ ବଣ ପାହାଡ ଭରା ଆଦିବାସୀ ବହୁଳ ଜିଲ୍ଲା ହୋଇଥିଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସେମାନଙ୍କ ପ୍ରଥମ କର୍ତ୍ତବ୍ୟ ମନେକରି, ସମସ୍ତ ପ୍ରତିକୁଳ ପରିସ୍ଥିତିକୁ ମୁକାବିଲା କରି, ଜିଲ୍ଲାରେ ପ୍ରବଳ କରୋନା ଜୀବାଣୁରୁ ଆକ୍ରାନ୍ତ ଓ ପ୍ରବଳ ଲାଗି ରହିଥିବା ବର୍ଷାରେ ବନ୍ୟା ପରିସ୍ଥିତି ସମୟରେ ଓଡିଶା ମୋ ପରିବାର ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ମାନସ ମାଡ଼କାମୀଙ୍କ ପ୍ରଚେଷ୍ଟାରେ ବିଜେଡି ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ପ୍ରତ୍ୟେକ ବ୍ଳକ ସଭାପତିଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯାଇ ପାରିଛି ଯାହା କି ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁର୍ଣ୍ଣ ଚନ୍ଦ୍ର ବାକା ଓ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି । ଏହା ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥି ବେହେରାଙ୍କ ଦୃଢ ସମର୍ଥନ ଓ ସହଯୋଗରେ ଏହି ରକ୍ତ ଦାନ ଶିବିର ସଫଳ ହୋଇପାରିଛି ।
ମାଲକାନଗିରି ଜିଲ୍ଲାରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ରକ୍ତ ଦାନ ଆନୁକୂଲ୍ୟରେ ୦୯/ ୦୮/ ୨୦ ଠାରୁ ୧୫/୦୮ /୨୦ ରିଖ ମଧ୍ୟରେ ମାଥିଲି ଠାରେ ୨୪ ୟୁନିଟ୍ ରକ୍ତ ସଂଗ୍ରହରେ ବନ୍ଧୁ ମୁଦୁଲି,ସରୋଜ କୁମାର ସାହୁ ଓ ସଞୟ ସାହୁଙ୍କ ପ୍ରଚେଷ୍ଟା ହୋଇଥିବାବେଳେ କୋରକୋଣ୍ଡାରେ ୧୯ ୟୁନିଟ୍ ରକ୍ତ ସଂଗ୍ରହରେ ସତ୍ୟ ପାଣିଗ୍ରାହୀ ,ଉମା ଶଙ୍କର ସାହୁ ଓ ବଂଶୀଧର ମୁଦୁଲି, କୁଡୁମୁଲୁଗୁମ୍ମାରେ ୩୦ ୟୁନିଟରେ ସାଧୁ ,ଗୋପି ପାଙ୍ଗି ଓ ଭଗବାନ ସାହୁ ସହଯୋଗରେ କରିଥିବାବେଳେ କାଲିମେଳା ଠାରେ ୩୦ ୟୁନିଟ୍ ରକ୍ତ ସଂଗ୍ରହରେ ଶରତ ଚନ୍ଦ୍ର ବିଶ୍ବାଳ,କାମେଶ୍ବର ପ୍ରଧାନ,ଶଙ୍କର ହାଲଦାର ଓ ସୁବ୍ରତ ସିଲ ,ପଡିଆ ବ୍ଳକରେ ୩୦ ୟୁନିଟ୍ ରକ୍ତ ସଂଗ୍ରହରେ ସି.ଏଚ୍. ରାବିଡ କୁମାର, ନକାଲ ରାଜୁ ,କେ.ମେସାକ ଓ ସିଙ୍ଗା ମାଡକାମି ପ୍ରଚେଷ୍ଟାରେ ହୋଇଥିବାବେଳେ, ଚିତ୍ରକୋଣ୍ଡାରେ ୦୭ ୟୁନିଟ୍ ହରିମୋହନ ଖିଲ,ପିତାମ୍ବର ଖେମୁଡୁ, ଅମିତ ଅଗ୍ରଓ୍ବାଲଙ୍କ ପ୍ରଚେଷ୍ଟାରେ ହୋଇଥିବା ବେଳେ, ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ଠାରେ ୩୦ ୟୁନିଟ୍ ରକ୍ତ ସଂଗ୍ରହରେ ବିଭାଶୁଂ ସାମଲ,ଦହନା ତାଙ୍ଗୁଲ, ଶିବ ଖେମୁଣ୍ଡୁ ,କାମେଶ୍ବର ରାଓ,ବାପି ଜେନାଙ୍କ ପ୍ରଚେଷ୍ଟାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ବ୍ଳକ ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମ ଜିଲ୍ଲାରେ ସର୍ବ ମୋଟ ୧୭୦ ୟୁନିଟ୍ ରକ୍ତ ଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ମାନସ ମାଡ଼କାମୀଙ୍କ ପ୍ରଚେଷ୍ଟାରେ ଓ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ବାକାଙ୍କ ସମ୍ପୂର୍ଣ ସହଯୋଗ ଏବଂ ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ ସେମାନଙ୍କ ମଧ୍ୟରୁ ଜିଲ୍ଲା ମହିଳା ନେତ୍ରୀ ପଦ୍ମିନୀ ମୁଦୁଲି ,ପୁର୍ବତ୍ତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା,ପୂର୍ବତନ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ପଣ୍ଡା, ଶରତ ଚନ୍ଦ୍ର ବୁରୁଦା ,ଯୁବ ନେତା ମହେଶ ବାକା ,ମାଲକାନଗିରି ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ,ପୁର୍ବତନ ସାଧାରଣ ସଂପାଦକ ପ୍ରୀତପଲ ସିଂ,ଆଇନଜୀବୀ ସଙ୍କର ଚନ୍ଦ୍ର ସାହା, ଲମ୍ବୋଦର ତୁରୁକ , ଡାନିଆଲ ପୋଟଲା , ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ସହ ସମ୍ପୂର୍ଣ ସହଯୋଗ ଦେଇଥିବାରୁ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମାନ୍ୟବର ଶ୍ରୀଯୁକ୍ତ ମାନସ ମାଡକାମି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଜିଲ୍ଲାର ବରିଷ୍ଠ କର୍ମକାର୍ତ୍ତମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ସଦାନନ୍ଦ ଖରା ( ବିଜେଡି ମିଡ଼ିଆ ସେଲ୍ ମାଲକାନଗିରି )