ମାଲକାନଗିରି ଜିଲ୍ଲାପାଳଙ୍କୁ ପ୍ରଦୀପ ମାଝୀଙ୍କ ଚେତାବନୀ, ଭାଇରାଲ କରିବେ ଅଡିଓ କଲ…
ମାଲକାନଗିରି: ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଜିଲ୍ଲାପାଳ ଏଜେଣ୍ଟ ନିଯୁକ୍ତି କରି ବ୍ୟବସାୟୀ ଗୋଷ୍ଠୀଙ୍କ ଠାରୁ ପିସି ଆଦାୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ।ମାଲକାନଗିରି ବନ୍ଦ ଡାକରା,ଜିଲ୍ଲାପାଳଙ୍କ ଗିରଫ ଦାବୀ କରିବା କଂଗ୍ରେସନେତାଙ୍କ କହିବା ଅନୁସାରେ, ଯେଉଁମାନଙ୍କ ଜିଲ୍ଲାପାଳ ଅଫିସରେ କାମ ରହୁଛି ସେମାନଙ୍କ ପାଖକୁ ଜିଲ୍ଲାପାଳଙ୍କ ଦ୍ବାରା ଭୁବନେଶ୍ବରରେ ନିଯୁକ୍ତ ଏକ ଏଜେଣ୍ଟ ଦ୍ବାରା ବିଭିନ୍ନ ଠିକା ଓ ବ୍ୟବସାୟୀ ସଙ୍ଘକୁ କଲ ଆସୁଛି।
ଯାହାକୁ ପୂର୍ବରୁ ସାମ୍ବାଦିକ ସମ୍ନିଳନୀରେ ପର୍ଦ୍ଦାଫାଶ କରାଯାଇଛି। ଆବଶ୍ୟକ ପଡିଲେ ଜିଲ୍ଲାପାଳ ପିସି ନେଉଥିବାର ଅଡିଓ କ୍ଲିପ ସାର୍ବଜନୀନ କରିବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ।ଅନ୍ୟପଟେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ଘଟଣାର ଉଚିତ୍ ତଦନ୍ତ କରାଯାଇ ପରିବାରକୁ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଯଥାଶୀଘ୍ର ପୀଡିତ ପରିବାରକୁ ନ୍ୟାୟ ନମିଳିଲେ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରଦୀପ ମାଝୀ କହିଛନ୍ତି।ବର୍ତ୍ତମାନ ଆଦିବାସୀ ସଙ୍ଘ ଜିଲ୍ଲାପାଳଙ୍କ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାର ଶୁଣିବାକୁ ମିଳୁଛି |ଦେଖିବାକୁ ବାକିରହିଲା ଭବିଷ୍ୟତରେ କଣ ହେଉଛି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )