ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଥାନାରେ ଏତଲା…
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଆନ୍ଦୋଳନ ତେଜୁଛି । ପୂର୍ବରୁ ଜିଲ୍ଲାପାଳଙ୍କ ବିରୋଧ ରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଅଣାଯାଇଥିଲା!, ତେବେ ଆଜି ପୁଣି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ପକ୍ଷରୁ ଏକବିଶାଳ ରାଲି କରାଯାଇ ଥାନା ଘେରାଉ କରାଯାଇଛି ।
ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା ପଛରେ ଜିଲ୍ଲାପାଳ ଦାୟୀ, ଜିଲ୍ଲାପାଳ ପିସି ନେଉଥିବା ଭଳି ଅନେକ ଅଭିଯୋଗ କରି ଆଜି ଏହି ରାଲି କରାଯାଇଛି । ଜିଲ୍ଲାପାଳ ଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ କଂଗ୍ରେସ ପକ୍ଷରୁ ଏକ ଲିଖିତ ଅଭିଯୋଗ ମଧ୍ୟ ମାଲକାନଗିରି ଥାନାରେ ଦିଆଯାଇଛି ।ଏହି ରାଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ଵରେ ହୋଇଥିଲା |ଧୀରେ ଧୀରେ ଜିଲ୍ଲାରେ ଅନ୍ୟ ଅନୁଷ୍ଠାନ ମଧ୍ୟ ଆନ୍ଦୋଳନ ପାଇଁ ସଜବାଜ ହେଲେଣି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )