01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ମନା…

ମାଲକାନଗିରି(ସ.ଖ.ପ୍ର ): ଦେଶ ଓ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏନେଇ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ  ମାଲକାନଗିରି ଜିଲ୍ଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ମନା କରାଯାଇଛି। ଯଦି ଏହି ୧୩ ଜିଲ୍ଲାରୁ କେହି ଆସନ୍ତି ତେବେ ପ୍ରଥମେ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବେ। ୧୩ ଜିଲ୍ଲା ଗୁଡିକ ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ,ବାଲେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, ସୁନ୍ଦରଗଡ଼ ।ଏହି ଜିଲ୍ଲା ଗୁଡିକରେ ସଂକ୍ରମଣ ଧୀରେ ଧୀରେ ବଢ଼ି ଚାଲିଛି ତେଣୁ ସତର୍କତା ମୂଳକ ଭାବେ ଜିଲ୍ଲା ପ୍ରଶାସନ ଏହି ପଦେକ୍ଷପ ନେଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *