ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତରେ ରାସ୍ତା ସମସ୍ୟାକୁ ନେଇ ରାସ୍ତା ରୋକ
ମାଲକାନଗିରି : ମାଲକାନଗିରି ଓ ଆନ୍ଧ୍ର ସୀମାନ୍ତରେ ରାସ୍ତା ସମସ୍ୟାକୁ ନେଇ ରାସ୍ତା ରୋକ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ଆନ୍ଧ୍ରପ୍ରଦେଶର ସିଲେରୁ ଗ୍ରାମବାସୀ ମିଳିତ ଭାବେ ଏହି ରାସ୍ତା ରୋକ କରିଛନ୍ତି । ଦୀର୍ଘ ଦିନରୁ ମାଲକାନଗିରି ଓ ଆନ୍ଧ୍ରକୁ ଯୋଗ କରୁଥିବା ଏହି ରାସ୍ତାଟି ଶୋଚନୀୟ ହୋଇପଡିଥିବା ପରେ ବାରମ୍ବାର ଏହାର ମରାମତି ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ।
ତେବେ ରାସ୍ତା ମରାମତି ନ ହେବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଜି ଆନ୍ଦ୍ର ଓଡ଼ିଶାର ସୀମାନ୍ତ ସିଲେରୁ ଗ୍ରାମରେ ଉଭୟ ଚିତ୍ରକୋଣ୍ଡା ଓ ସିଲେରୁ ବାସିନ୍ଦା ଏକ ହୋଇ ରାସ୍ତା ରୋକ କରିଛନ୍ତି । ଫଳରେ ଆନ୍ଧ୍ର ଓ ମାଲକାନଗିରି କୁ ଯାଉଥିବା ଅନେକ ଗାଡି ଓ ଯାତ୍ରୀ ଅଟକି ରହିଛନ୍ତି ।ଦେଖିବାକୁ ବାକି ରହିଲା କେବେ ସରକାର ଏମାନଙ୍କ କଥା ଶୁଣୁଛି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ